ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବୁଧବାର ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ପାଠପଢ଼ାରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ବରସ୍ଥିତ ୟୁନିଟ୍‌ ୯ ସୁରଭିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନାରେ ୧୦୦ କୋଟି ଟଙ୍କା ବ୍ୟୟ ହେବ। ୫୦ ହଜାର ସ୍କୁଲ ଓ ୧୫ ଶହ ଶିକ୍ଷକଙ୍କ ସମେତ ସ୍କୁଲ ସହ ଜଡ଼ିତ କର୍ମଚାରୀଙ୍କୁ ସେମାନଙ୍କ ଶ୍ରେଷ୍ଠତା ନେଇ ଏହି ପୁରସ୍କାର ମିଳିବ। ଏହି ଅବସରରେ ସମୟାନୁବର୍ତ୍ତୀ ହୋଇ ଶିକ୍ଷା ସହ ନିଜର ବୌଦ୍ଧିକ ବିକାଶ କରିବାକୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Share