Categories: ବାଣିଜ୍ୟ

କିମ୍‌ସରେ ଇଭିନିଂ କ୍ଲିନିକ ଶୁଭାରମ୍ଭ

ଭୁବନେଶ୍ୱର,୧୪।୯: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କିମ୍‌ସ ଭୁବନେଶ୍ୱରରେ ସାନ୍ଧ୍ୟ କ୍ଲିନିକର ଶୁଭାରମ୍ଭ ହୋଇଯାଇଛି। ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକଙ୍କ ପାଇଁ କିମ୍‌ସରେ ଏହି କ୍ଲିନିକ ବା ସନ୍ଧ୍ୟାକାଳୀନ ଚିକିତ୍ସା ସେବାର ଆରମ୍ଭ ହୋଇଛି। ଏପରିକି କିମ୍‌ସର ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ କର୍କଟ କେନ୍ଦ୍ରରେ ଉକ୍ତ କି୍ଲନିକ ଆପତ୍‌କାଳୀନ ଚିକିତ୍ସାର ଆରମ୍ଭ ହୋଇଛି।

ଏହାଦ୍ୱାରା ଯେଉଁ ଲୋକମାନେ ଦିନ ତମାମ ବ୍ୟସ୍ତ ରହୁଛନ୍ତି ସେମାନେ ନିଜ କାମ ଶେଷ କରିବା ପରେ କିମ୍‌ସର ବିଶେଷଜ୍ଞ ଡାକ୍ତରମାନଙ୍କ ପରାମର୍ଶ ନେଇପାରିବେ। କିମ୍‌ସ ସୁପରସ୍ପେଶାଲିଟି ହସ୍ପିଟାଲ ଓ କର୍କଟ କେନ୍ଦ୍ରରେ ଅନ୍ୟ ନିୟମିତ ଓପିଡି ସେବା ସୋମବାରରୁ ଶନିବାର ପର୍ଯ୍ୟନ୍ତ ଚାଲିବ। ସେହିଭଳି ଡାକ୍ତରମାନେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋଗୀ ଦେଖିବା ସହ ପ୍ରତି ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉକ୍ତ କ୍ଲିନିକ୍‌ରେ ମଧ୍ୟ ରୋଗୀ ଦେଖିବେ।

କିମ୍‌ସରେ ରୋଗୀମାନଙ୍କୁ ୨୪ଘଣ୍ଟିଆ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ କିମ୍‌ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପନା ସହ ଏହି ଇଭନିଂ କ୍ଲିିନିକ୍‌ ଆରମ୍ଭ କରାଯାଇଛି। ସାମନ୍ତ ଇଭିନିଂ କ୍ଲିିନିକ୍‌ କିମ୍‌ସକୁ ଆଉ ଏକ ରୋଗୀ ସୁଲଭ ପଦକ୍ଷେପ ଭାବରେ ପରିକଳ୍ପନା କରିଛନ୍ତି। ଏହାର ଉନ୍ନତ ଯନତ୍ ଏବଂ ଚିକିତ୍ସା ପାଇଁ ଦୂରଦୂରାନ୍ତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଇଭିନିଂ କ୍ଲିନିକ୍‌ ରେ ଜେନେରାଲ ମେଡିସିନ, ଜେନେରାଲ ସର୍ଜରି, କର୍ଣ୍ଣ-ନାସା-ଗଳା, ଚକ୍ଷୁରୋଗ, ପଲମୋନାରି ମେଡିସିନ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନ୍ୟୁରୋଲୋଜି, ମାନସିକ ରୋଗ, ଏଣ୍ଡୋକ୍ରାଇନୋଲୋଜି, ର୍ୟୁମାଟୋଲୋଜି, ଚର୍ମରୋଗ, ପ୍ରସୂତି ଓ ସ୍ତ୍ରୀରୋଗ, ଅସ୍ଥିଶଲ୍ୟ, କାର୍ଡିଓଲୋଜି, ନେଫ୍ରୋଲୋଜି ଏବଂ ପ୍ରଜନନ ମେଡିସିନ (ଆଇଭିଏଫ୍‌)ର ବିଶେଷଜ୍ଞ ରୋଗୀଙ୍କୁ ପରାମର୍ଶ ଦେବେ। ଇଭିନିଂ କ୍ଲିନିକ,ସୁପରସ୍ପେଶାଲିଟି ଓପିଡି କିମ୍ବା କକର୍ଟ କେନ୍ଦ୍ରରେ ଡାକ୍ତରଙ୍କ ପରାମର୍ଶ ପାଇଁ ୦୬୭୪-୭୧୧୧୦୧୧ କିମ୍ବା ୭୬୮୨୮୦୬୫୭୧ରେ ଫୋନ୍‌କରି ଅଗ୍ରିମ ବୁକିଂ କରିପାରିବେ।

 

Share