Categories: ବାଣିଜ୍ୟ

ଏଫ୍‌ଆଇଏମ୍‌ସିଏଫ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାର୍ଜେଷ୍ଟ ଫରେନ ଫଣ୍ଡ ହାଉସେସ୍‌ ଫ୍ରାଙ୍କ୍‌ଲିନ୍‌ ଟେମ୍ପ୍ଲେଟନ (ଇଣ୍ଡିଆ)ର ନୂତନ ଉତ୍ପାଦ ‘ଫ୍ରାଙ୍କ୍‌ଲିନ୍‌ ଇଣ୍ଡିଆ ମଲ୍‌ଟି କ୍ୟାପ୍‌ ଫଣ୍ଡ ବା ଏଫ୍‌ଆଇଏମ୍‌ସିଏଫ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂଆ ଫଣ୍ଡର ଅଫର ୨୦୨୪ ଜୁଲାଇ ୮ ରୁ ଆରମ୍ଭ ହୋଇ ଜୁଲାଇ ୨୨ରେ ସମାପ୍ତ ହେବ। ଏହାର ପ୍ରତ୍ୟେକ ୟୁନିଟ୍‌ ୧୦ଟଙ୍କାରେ ଉପଲବ୍ଧ ହେବ। ଫ୍ରାଙ୍କ୍‌ଲିନ ଟେମ୍ପ୍ଲେଟନର ସିଆଇଓ (ଏମର୍ଜିଙ୍ଗ ମାର୍କେଟସ ଇକ୍ୟୁଟି ଇଣ୍ଡିଆ) ଜାନକୀରମଣ ଆର୍‌ କହିଛନ୍ତି, ଭାରତରେ ଅର୍ଥନୀତି ଅବଧିର ମଧ୍ୟଭାଗ ଦୃଢ଼ ବୃଦ୍ଧିର ଭାରସାମ୍ୟ ରକ୍ଷାକରିପାରିଛି। ସେହିଭଳି ଫ୍ରାଙ୍କ୍‌ଲିନ ଟେମ୍ପ୍ଲେଟନ ଇଣ୍ଡିଆର ସଭାପତି ଅବିନାଶ ସତ୍‌ୱାଲେକର କହିଛନ୍ତି, ଆମେ ଏହି ନୂତନ ମଲ୍ଟିକ୍ୟାପ ଫଣ୍ଡର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମ ସହିତ ରହିଥିବା ଇକ୍ୱିଟି ଟିମ୍‌ର ଦୀର୍ଘ ୩୦ବର୍ଷର ପ୍ରଶସ୍ତ ଇକ୍ୱିଟି ଅଭିଜ୍ଞତାର ସଫଳତା ଏହାକୁ ଅଧିକ ମାତ୍ରାରେ ଫଳପ୍ରଦ କରିପାରିବ।

Share