ନୂଆଦିଲ୍ଲୀ,୨୮ା୧୨: ସିଡ୍ବିର ମେଣ୍ଟରଶିପ୍ ଓ ଅନ୍ଲାଇନ ପିଏସ୍ବି ଲୋନ୍ସ ଲିମିଟେଡ୍ (ଓପିଏଲ୍) ସହଭାଗିତାରେ ଟ୍ରାନ୍ସ ୟୁନିୟନ ସିବିଲ୍ ପକ୍ଷରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ପାଇଁ ଫିଟ୍ (ଏଫ୍ଆଇଟି) ର଼୍ୟାଙ୍କିଙ୍ଗ୍ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଜିଏସ୍ଟି, ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ଆୟକର ରିଟର୍ନ ଆଧାରରେ ଏମ୍ଏସ୍ଏମ୍ଇଗୁଡ଼ିକୁ ଫାଇନାନ୍ସିଆଲ, ଇନ୍କମ୍ ଆଣ୍ଡ୍ ଟ୍ରେଡ୍(ଏଫ୍ଆଇଟି) ର଼୍ୟାଙ୍କିଙ୍ଗ୍ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ଏପରିକି ଏମ୍ଏସ୍ଏମ୍ଇ ଋଣ ପୋର୍ଟଫୋଲିଓକୁ ନିରନ୍ତର ଭାବେ ବଢ଼ାଇବାରେ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ସାହାଯ୍ୟ କରିବା ସହ ଋଣ ପାଉ ନ ଥିବା ଏମ୍ଏସ୍ଏମ୍ଇଙ୍କ ପାଖରେ ଉକ୍ତ ଫାଇନାନ୍ସ ପହଞ୍ଚାଇବା ଲାଗି ନିଜର ରହିଥିବା ଲକ୍ଷ୍ୟକୁ ସାକାର କରିବା ଦିଗରେ କାର୍ଯ୍ୟ କରିବ। ସେହିଭଳି ଆସନ୍ତା ୧୨ମାସ ମଧ୍ୟରେ କେଉଁ ଏମ୍ଏସ୍ଏମ୍ଇ ଏନ୍ପିଏ ହେବାର ଆଶଙ୍କା ନାହିଁ ତାହାକୁ ଆକଳନ କରିବା ଲାଗି ଏଥିରେ ମେଶିନ ଲର୍ନିଂ ପ୍ରଯୁକ୍ତିକୁ ବ୍ୟବହାର କରାଯାଇ ୧ରୁ ୧୦ ମଧ୍ୟରେ ର଼୍ୟାଙ୍କ ପ୍ରଦାନ କରାଯିବ। ଯେଉଁମାନଙ୍କ ର଼୍ୟାଙ୍କ ୧ ସେମାନଙ୍କୁ ଋଣ ଦେବାରେ ବିପଦର ମାତ୍ରା ସବୁଠୁ କମ୍ ଏବଂ ଯେଉଁମାନଙ୍କ ର଼୍ୟାଙ୍କ ୧୦ ସେମାନଙ୍କୁ ଋଣ ଦେବା ଅଧିକ ବିପଦପୂର୍ଣ୍ଣ ବୋଲି ଜଣାପଡ଼ିବ।