Categories: ବାଣିଜ୍ୟ

ଫ୍ଲିପ୍‌କାର୍ଟ ପେ’ର ଶୁଭାରମ୍ଭ

ନୂଆଦିଲ୍ଲୀ,୩୧।୭: ଦେଶର ପ୍ରମୁଖ ଘରୋଇ ଇ-କମର୍ସ ମାର୍କେଟ ପ୍ଲେସ୍‌ ଫ୍ଲିପ୍‌କାର୍ଟ ର ନୂତନ ଅଭିଯାନ ‘ଫ୍ଲିପ୍‌କାର୍ଟ ପେ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଗାମୀ ପାର୍ବଣ ଋତୁ ପୂର୍ବରୁ ପ୍ଲାଟ୍‌ଫର୍ମ ଫ୍ଲିପ୍‌କାର୍ଟ ପେ ଅଧୀନ ଆପ୍‌ ଜରିଆରେ ବ୍ରାଣ୍ଡ୍‌ର ସମସ୍ତ ଫାଇନାନ୍ସିଆଲ ଓ ପେମେଣ୍ଟ ଅଫରିଂଗୁଡିକୁ ଏକତ୍ରିତ କରିଛି। ସେହିଭଳି ଏହି ନୂଆ ଫିନ୍‌ଟେକ୍‌ ପ୍ଲାଟ୍‌ଫର୍ମକୁ ଗ୍ରାହକଙ୍କ ଯୋଗଦାନ ବୃଦ୍ଧି କରିବା ଏବଂ ଗ୍ରାହକଙ୍କ ପାଇଁ ଏକ ବାଧାମୁକ୍ତ ପେମେଣ୍ଟ ଅନୁଭୂତିକୁ ପରିଚାଳନା କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି। ସେହିପରି ବ୍ରାଣ୍ଡ୍‌ର ନୂଆ ଟ୍ୟାଗ୍‌ଲାଇନ ‘ଫ୍ଲିପ୍‌କାର୍ଟ ପେ-ପେ, ସେଭ୍‌ ଆଣ୍ଡ ୟର୍ନ’ ସହିତ ଫ୍ଲିପ୍‌କାର୍ଟ ପେ’ଗ୍ରାହକଙ୍କୁ ଟଚ୍‌ ପଏଣ୍ଟରୁ ଏକ ଉନ୍ନତ ଅଭିଜ୍ଞତା ଉପଭୋଗ କରିବା ପାଇଁ ଅନୁମତି ଦେଉଛି। ଉଲ୍ଲେଖଯୋଗ୍ୟ, ଗିଫ୍ଟ କାର୍ଡସ ସହ ୨୦୧୩ରେ ଫିନ୍‌ଟେକ୍‌ ସର୍ଭିସେସ୍‌ କ୍ଷେତ୍ରରେ ପ୍ରବେଶ ପରଠାରୁ ଫ୍ଲିପ୍‌କାର୍ଟ ବାଧାମୁକ୍ତ ପେମେଣ୍ଟ ବିକଳ୍ପଗୁଡିକ ପାଇଁ ପହଞ୍ଚକୁ ଗଣତାନ୍ତ୍ରିକ କରିବା ଲାଗି ଏହାର ଆର୍ଥିକ ଉପତ୍ାଦଗୁଡିକୁ ପ୍ରଗତିଶୀଳ ଭାବେ ବିସ୍ତାରକରି ଆସିଛି। ଏହି ଯାତ୍ରା ଫ୍ଲିପ୍‌କାର୍ଟ ଆକ୍ସିସ ବ୍ୟାଙ୍କ କୋ-ବ୍ରାଣ୍ଡେଡ୍‌ କ୍ରେଡିଟ କାର୍ଡର ଶୁଭାରମ୍ଭ ସହିତ ଜାରି ରହିଥିଲା,ଯାହାକୁ ବର୍ତ୍ତମାନ ୪ ମିଲିୟନରୁ ଅଧିକ ଉପଭୋକ୍ତା ବ୍ୟବହାର କରୁଛନ୍ତି। ଏହି କୋ-ବ୍ରାଣ୍ଡେଡ୍‌ କ୍ରେଡିଟ କାର୍ଡ ଏହାର ଆକର୍ଷଣୀୟ ରିୱାର୍ଡ ଓ ସଞ୍ଚୟ ଲାଭ ପାଇଁ ଅନ୍ୟତମ ପସନ୍ଦର କ୍ରେଡିଟ୍‌ କାର୍ଡରେ ପରିଣତ ହୋଇଛି।

Share