Categories: ବାଣିଜ୍ୟ

ହୋଣ୍ଡାର ‘ବର୍ଦ୍ଧିତ ୱାରେଣ୍ଟି’ ପ୍ଲସ୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର,୮।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ (ଫାସିଲିଟି) ‘ବର୍ଦ୍ଧିତ ୱାରେଣ୍ଟି ପ୍ଲସ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ହୋଣ୍ଡାର ୨୫୦ସିସି ପର୍ଯ୍ୟନ୍ତ ସବୁ ସ୍କୁଟର ଓ ମୋଟରସାଇକେଲ ପାଇଁ ଉପରୋକ୍ତ ସୁବିଧା ଉପଲବ୍ଧ ହେଉଛି। ଏପରିକି ଏହା ଜରିଆରେ କମ୍ପାନୀ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରୁଛି। ସେହିଭଳି ଗାଡ଼ି କିଣିବାର ୯୧ ଦିନରୁ ୯ ବର୍ଷ ମଧ୍ୟରେ ବର୍ଦ୍ଧିତ ୱାରେଣ୍ଟି ହାସଲ କରିବା ଲାଗି ଏହା ଗ୍ରାହକମାନଙ୍କୁ ସୁଯୋଗ ପ୍ରଦାନ କରୁଛି। ବିଶେଷକରି ୧୦ବର୍ଷର ୱାରେଣ୍ଟି ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ବେଳେ ମାଲିକାନା ହସ୍ତାନ୍ତର ଭଳି କ୍ଷେତ୍ରରେ ମଧ୍ୟ ଏହା ନୂଆ ମାଲିକଙ୍କୁ ସ୍ଥାନାନ୍ତର ହୋଇପାରୁଛି ଏବଂ ଏଥିରେ ନବୀକରଣ ବିକଳ୍ପ ସୁବିଧା ବି ରହିଛି। ଏପରିକି ବର୍ଦ୍ଧିତ ୱାରେଣ୍ଟି ପ୍ଲସ୍‌ରେ ଗ୍ରାହକମାନଙ୍କୁ ୩ଟି ବିକଳ୍ପ ପ୍ରଦାନ କରାଯାଉଛି।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ୟୋଗେଶ ମାଥୁର କହିଛନ୍ତି, ଗାଡ଼ି କିଣା ପ୍ରକ୍ରିୟାରେ ଗ୍ରାହକ ସନ୍ତୁଷ୍ଟି ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇ ରହିଥିବା ବେଳେ ବିକ୍ରି ପରବର୍ତ୍ତୀ ସେବା ସେଥିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଏପରିକି ଅଗ୍ରଣୀ ୨ଚକିଆ ଯାନ ନିର୍ମାତା ଭାବେ ଗ୍ରାହକ ସନ୍ତୁଷ୍ଟିକୁ ଅତିକ୍ରମ କରିବା ଏବଂ ନୂଆ ମାନଦଣ୍ଡ ଧାର୍ଯ୍ୟ କରିବାକୁ ହୋଣ୍ଡା ଲକ୍ଷ୍ୟ ରଖିଛି। ସୂଚନଯୋଗ୍ୟ, ୧୩୧୭ ଟଙ୍କାରୁ ଆରମ୍ଭ ହେଉଥିବା ଏହି ବର୍ଦ୍ଧିତ ୱାରେଣ୍ଟି ପ୍ଲସ୍‌ ସେବାକୁ ଗ୍ରାହକମାନେ ହୋଣ୍ଡାର ଯେକୌଣସି ସ୍ବୀକୃତିପ୍ରାପ୍ତ ହୋଣ୍ଡା ସର୍ଭିସ୍‌ ସେଣ୍ଟରରୁ କିଣିପାରିବେ।

Share