Categories: ବାଣିଜ୍ୟ

ଆଇ-ଫାଇନାନ୍ସର ଶୁଭାରମ୍ଭ

ଭୁବନେଶ୍ୱର,୧୬।୧୦: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଉତ୍ପାଦ ‘ଆଇ-ଫାଇନାନ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହା ଜରିଆରେ ଗ୍ରାହକମାନେ ସଞ୍ଚୟ ଓ ଚଳନ୍ତି ଖାତାକୁ ଗୋଟିଏ ସ୍ଥାନରେ ଏକସଙ୍ଗେ ଦେଖିବାର ସୁଯୋଗ ପାଇବେ। ଏପରିକି ଉକ୍ତ ସୁବିଧାକୁ ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ହାସଲ କରିପାରିବେ। ସେହିଭଳି ବ୍ୟାଙ୍କର ଡିଜିଟାଲ୍‌ ପ୍ଲାଟଫର୍ମ ଆଇ-ମୋବାଇଲ୍‌ ପେ’ ଆପ୍‌, ରିଟେଲ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍‌ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଓ ଇନଷ୍ଟାବିଜ୍‌ ଭଳି ଆକାଉଣ୍ଟ୍‌ ଏଗ୍ରିଗେଟର ବ୍ୟବସ୍ଥା ଜରିଆରେ ସେମାନେ ଏହାର ଲାଭ ପାଇପାରିବେ।

ସମସ୍ତ ଆକାଉଣ୍ଟ୍‌ର ଏକକ ଡ୍ୟାସ୍‌ବୋର୍ଡ ଭାବେ ଆଇ ଫାଇନାନ୍ସ କାର୍ଯ୍ୟ କରିବ। ଏପରିକି ଗ୍ରାହକମାନେ ଖାତା ବାଲାନ୍ସ ଯାଞ୍ଚ କରିପାରିବେ, ବ୍ୟୟ ଢାଞ୍ଚା ଉପରେ ମୂଲ୍ୟବାନ ସୂଚନା ହାସଲ କରିପାରିବେ ଏବଂ ଖାତା ଷ୍ଟେଟମେଣ୍ଟ୍‌ ଡାଉନ୍‌ଲୋଡ୍‌ କରିବା ଭଳି ବହୁ ସୁବିଧା ମଧ୍ୟ ପାଇପାରିବେ। ଏହି ଡ୍ୟାସ୍‌ବୋର୍ଡ ଗ୍ରାହକଙ୍କୁ ଉଲ୍ଲେଖନୀୟ ସୁବିଧା ପ୍ରଦାନ କରିବ ଏବଂ ବ୍ୟୟ ଉପରେ ଉତ୍ତମ ନିୟନ୍ତ୍ରଣ ପ୍ରଦାନ କରିବା ସହ ସେମାନେ ନିଜ ଫାଇନାନ୍ସକୁ ନିରବଚ୍ଛିନ୍ନ ଢଙ୍ଗରେ ପରିଚାଳନା କରିପାରିବେ।

ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ସିଦ୍ଧାର୍ଥ ମିଶ୍ରା କହିଛନ୍ତି, ଆମ ଗ୍ରାହକମାନଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ ଓ ଅଭିନବ ଡିଜିଟାଲ୍‌ ସମାଧାନ ପ୍ରଦାନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ଆଇ-ଫାଇନାନ୍ସର ଶୁଭାରମ୍ଭ ସହିତ ଖାତା ତଥ୍ୟକୁ ଗୋଟିଏ ସ୍ଥାନରେ ଦେଖିବା ଏବଂ ସେମାନଙ୍କ ଫାଇନାନ୍ସ ଉପରେ ଉତ୍ତମ ନିୟନ୍ତ୍ରଣ ପ୍ରଦାନ କରିବା ଲାଗି ଆମ ଗ୍ରାହକଙ୍କ ସମେତ ଅନ୍ୟ ଗ୍ରାହକମାନଙ୍କୁ ତାହା ସକ୍ଷମ କରିବ।

 

Share