ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ୭ ଫେବୃୟାରୀରୁ…

ମେଲବୋର୍ନ/ନୂଆଦିଲ୍ଲୀ,୧।୨ : ଭାରତ-ଅଷ୍ଟ୍ରେଲିଆ ପକ୍ଷରୁ ଏକ ନୂତନ ପ୍ରତିରକ୍ଷା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଫେବୃଆରୀ ୭ ରେ ଏହା କାନବେରାରେ ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମର ନେତୃତ୍ୱ ସୁରକ୍ଷା ଏବଂ ଜିଓପଲିଟିକ୍ସର ନିର୍ଦ୍ଦେଶକ ଡେଭିଡ ବ୍ରୁଷ୍ଟର କରିବେ।

ଏହି ଅବସରରେ ଅଷ୍ଟ୍ରେଲୀୟ ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ ସମ୍ବୋଧିତ କରିବେ। ଅଷ୍ଟ୍ରେଲିଆ ଟୁଇଟ କରି କହିଛି ଯେ ଏହି ସୁରକ୍ଷା କାର୍ଯ୍ୟକ୍ରମ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା, ପ୍ରତିରକ୍ଷା, ବୈଦେଶିକ ନୀତି ଏବଂ ରଣନୈତିକ ପ୍ରସଙ୍ଗ ତଥା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଭୌଗୋଳିକ ବିକାଶ ଉପରେ ଧ୍ୟାନ ଦେବ।

ବିସ୍ତୃତ ଷ୍ଟ୍ରାଟେଜିକ ପାର୍ଟନରସିପ (ସିଏସପି) ଏବଂ ମନ୍ତ୍ରୀସ୍ତରୀୟ ଆଲୋଚନା ଅଧୀନରେ ଦୁଇ ଦେଶ ଏକ ସ୍ଥିର, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ତଥା ଅନ୍ତର୍ଭୂକ୍ତ ଅଞ୍ଚଳ ଗଠନ ଏବଂ ବହୁପକ୍ଷୀୟ ଅନୁଷ୍ଠାନ ମଧ୍ୟରେ ପ୍ରତିରକ୍ଷା-ସୁରକ୍ଷା ସହଯୋଗ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share