Categories: ବାଣିଜ୍ୟ

ଭାରତ କ୍ୟୁଆର୍‌ କୋଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୨୨ା୭ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ପେମେଣ୍ଟ ସମାଧାନ ‘ଭାରତ କ୍ୟୁଆର୍‌ କୋଡ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତ କ୍ୟୁଆର୍‌ କୋଡ୍‌ ଜରିଆରେ ଏହି ନୂଆ ପେମେଣ୍ଟ ସମାଧାନ ଆରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଇଡି ତଥା ସିବିଓ ରାଜିନ୍ଦର ବବର୍‌ କହିଛନ୍ତି, ଆମର ମୂଲ୍ୟବାନ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତା ଅନୁଯାୟୀ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।

ଏପରିକି ଭାରତ କ୍ୟୁଆର୍‌ କୋଡ୍‌ (ବିକ୍ୟୁଆର୍‌) ର ଶୁଭାରମ୍ଭ ସହିତ ଆମେ ଏକ ଦୃଢ଼ ପେମେଣ୍ଟ ସମାଧାନ ପ୍ରଦାନ କରିବାକୁ ଚାହୁଛୁ, ଯାହା ଗ୍ରାହକମାନଙ୍କୁ ସୁବିଧାଜନକ ପେମେଣ୍ଟ ମାଧ୍ୟମ ପ୍ରଦାନ କରିବାରେ ମର୍ଚାଣ୍ଟମାନଙ୍କୁ ସଶକ୍ତ କରିବ। ଉନ୍ନତ ପ୍ରଯୁକ୍ତି ଓ ଗ୍ରାହକକୈନ୍ଦ୍ରିକ ସମାଧାନ ସହିତ ନିରନ୍ତର ନିବେଶ ଜରିଆରେ ଆମେ ଗ୍ରାହକମାନଙ୍କ ଲାଗି ଏକ ନିରବଚ୍ଛିନ୍ନ, ଦୃଢ଼ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ ଅନୁଭୂତି ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ପ୍ରଦାନ କରିବାକୁ ଚାହୁଛୁ। ସେହିଭଳି ବ୍ୟାଙ୍କର ଚଳନ୍ତି ଓ ସଞ୍ଚୟ ଖାତାଧାରୀ ଗ୍ରାହକମାନଙ୍କ ପାଇଁ ଏହା ବେଶ୍‌ ସୁବିଧାଜନକ ଥିଲାବେଳେ ଯେକୌଣସି ମର୍ଚାଣ୍ଟ ଆଉଟ୍‌ଲେଟ୍‌ରେ ପେମେଣ୍ଟ କରିବାର ଏହି ସୁବିଧା ଉପଲବ୍ଧ। ଏପରିକି ଏହି ବର୍ଗର ସ୍ବାବଲମ୍ବୀ ଗ୍ରାହକମାନଙ୍କ ଲାଗି ସହଜ ହେବ। ପ୍ରତି ପେମେଣ୍ଟ ପରେ ଏକ ଛୋଟ ସ୍ପିକର୍‌ ଜରିଆରେ ପେମେଣ୍ଟ ହୋଇଥିବାର ସୂଚନା ପ୍ରାପ୍ତହେବ।

ସେହିପରି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡକୁ ସ୍ବାଇପ୍‌ ନ କରି ଗ୍ରାହକମାନେ ଯେକୌଣସି ବ୍ୟାଙ୍କିଙ୍ଗ ଆପ୍‌ କିମ୍ବା ୟୁପିଆଇ ଆପ୍‌ ଜରିଆରେ ପେମେଣ୍ଟ କରିପାରିବେ। ପେମେଣ୍ଟ୍‌ କରିବା ଲାଗି ଭାରତ କ୍ୟୁଆର୍‌ ହେଉଛି, ଏକ ଅତ୍ୟଧିକ ସୁରକ୍ଷିତ ଓ ଦ୍ରୁତ ଆପ୍‌। ଛୋଟ ହୁଅନ୍ତୁ କିମ୍ବା ବଡ଼ ରିଟେଲର୍‌ ଫର୍ମାଟ୍‌ର ଷ୍ଟୋର୍‌, ମର୍ଚାଣ୍ଟମାନେ ଏହି ସମାଧାନ ଦ୍ୱାରା ଉପକୃତ ହେବେ। ଡିଜିଟାଲ୍‌ ନବସୃଜନ ଆଗକୁ ବଢ଼ୁଥିବା ବେଳେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ନିରବଚ୍ଛିନ୍ନ ଡିଜିଟାଲ୍‌ ଅଭିଜ୍ଞତା ଜରିଆରେ ବ୍ୟାଙ୍କିଙ୍ଗର ଭବିଷ୍ୟତ ବଦଳାଇବାରେ ବ୍ୟାଙ୍କ ଅଗ୍ରଣୀ ରହିଛି।

Share