Categories: ବାଣିଜ୍ୟ

ଇନ୍‌ସ୍ପାୟାରର ଶୁଭାରମ୍ଭ

ଭୁବନେଶ୍ୱର,୨୫।୧୨: ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘ଇନ୍‌ସ୍ପାୟାର’ ପ୍ରୋଗ୍ରାମ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଗ୍ରାଧିକାର ଭିତ୍ତିକ ସୁଧ ହାର, ବ୍ୟାଙ୍କ ସେବାରେ ପ୍ରାଥମିକତା ଓ ଘର ପାଖରେ ବ୍ୟାଙ୍କ ସେବା ଆଦି ଗ୍ରାହକମାନଙ୍କୁ ବ୍ୟାଙ୍କ ତରଫରୁ ଉକ୍ତ କାର୍ଯ୍ୟକ୍ରମ ଜରିଆରେ ପ୍ରଦାନ କରାଯାଉଛି। ଏପରିକି ଉକ୍ତ କାର୍ଯ୍ୟକ୍ରମରେ ଔଷଧ କିଣା, ନିଦାନ ସେବା ଓ ମେଡିକାଲ ଚିକିତ୍ସା ଉପରେ ସ୍ବତନ୍ତ୍ର ରିହାତି ମଧ୍ୟ ପ୍ରଦାନ କରାଯାଉଛି। ସେହିଭଳି ଡାକ୍ତରୀ ପରାମର୍ଶ, ମେଡିକାଲ ଯାଞ୍ଚ ଏବଂ ଦନ୍ତ ଚିକିତ୍ସା ଆଦିରେ ରିହାତି ଭଳି ସୁବିଧା ଏବଂ ସହଯୋଗୀ ସେବା ପ୍ରଦାନକାରୀମାନଙ୍କ ମାଧ୍ୟମରେ ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ବ୍ରାଞ୍ଚ ବ୍ୟାଙ୍କିଙ୍ଗ୍‌ ମୁଖ୍ୟ ସୁଜୟ ରୟ୍‌ କହିଛନ୍ତି, ଆମେ ସବୁ ବୟସ ବର୍ଗର ଲୋକମାନଙ୍କ ଆର୍ଥିକ ସ୍ବାଧୀନତାର ଗୁରୁତ୍ୱକୁ ବୁଝିଛୁ। ମୁଁ ଖୁସିର ସହ ଘୋଷଣା କରୁଛି ଯେ ବନ୍ଧନ ବ୍ୟାଙ୍କ ବରିଷ୍ଠ ନାଗରିକମାନଙ୍କ ଲାଗି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ବ୍ୟାପକ ସେବା ଆଣିଛି। ବ୍ୟାଙ୍କ କାରବାରର ୮ ବର୍ଷ ମଧ୍ୟରେ ବରିଷ୍ଠ ନାଗରିକମାନଙ୍କ ବିଶ୍ୱାସକୁ ଜିତିଥିବାରୁ ଆମେ କୃତଜ୍ଞ ଏବଂ ଏହି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ଆମ ତରଫରୁ ଏକ ସମ୍ମାନ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share