ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୬।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଯୋଜନା ‘ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ମହିଳାମାନଙ୍କ ପାଇଁ କମ୍ପାନୀର ସର୍ବାଧିକ ବିକ୍ରି ହେଉଥିବା ଟର୍ମ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟ ‘ଆଇପ୍ରୋଟେକ୍ଟ ସ୍ମାର୍ଟ’ ପାଇଁ ପୈଠ କରାଯାଉଥିବା ସମସ୍ତ ପ୍ରିମିୟମ ଉପରେ ୧୫%ର ଲାଇଫ୍‌ଟାଇମ ରିହାତି ଘୋଷଣା କରାଯାଇଛି। ଏଥିସହ ବେତନଭୋଗୀ ମହିଳାମାନେ ପ୍ରଥମ ବର୍ଷର ପ୍ରିମିୟମ ଉପରେ ଅତିରିକ୍ତ ୧୫%ର ରିହାତି ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ, ଯାହା ସେମାନଙ୍କୁ ଓ ନିଜ ପ୍ରିୟଜନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ସକ୍ଷମ କରିବ।

ସେହିଭଳି ଗମ୍ଭୀର ଅସୁସ୍ଥତା ଉପରେ ଲାଭ ସହ ମିଳିତ ଥିବା ଆଇପ୍ରୋଟେକ୍ଟ ସ୍ମାର୍ଟ ବ୍ରେଷ୍ଟ, ଓଭାରିଆନ, ୟୁଟେରାଇନ ଓ ସର୍ଭିକାଲ କ୍ୟାନ୍‌ସର ଭଳି ରୋଗ ସମେତ ୩୪ଟି ଜଟିଳ ଅସୁସ୍ଥତା ବିରୋଧରେ ଏହା କଭର ପ୍ରଦାନ କରୁଛି। ଏହି ମିଶ୍ରଣ ଉଭୟ ସ୍ବାସ୍ଥ୍ୟ ଓ ଜୀବନ ବୀମାର ଲାଭ ପ୍ରଦାନ କରୁଛି। ବିଶେଷକରି ଏହା ୯୯ ବର୍ଷ ପର୍ଯ୍ୟନ୍ତ ଲାଇଫ୍‌ କଭର ଦେଇଥାଏ। ଗୁରୁତ୍ୱପୂର୍ଣ୍ଣ ଭାବେ ନିଦାନ ଉପରେ ପୈଠ କରାଯାଉଥିବା ଗୁରୁତର ଅସୁସ୍ଥତା କଭର ରାଶି, ପରିବାରର ସଞ୍ଚୟକୁ ପ୍ରଭାବିତ ନ କରି ଜରୁରୀ ଚିକିତ୍ସା ପାଇଁ ତୁରନ୍ତ ଆର୍ଥିକ ସହଯୋଗ ପ୍ରଦାନ କରିଥାଏ।

ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ଅମିତ୍‌ ପାଲ୍‌ଟା କହିଛନ୍ତି, ମହିଳାମାନଙ୍କ ଅଦମ୍ୟ ଉତ୍ସାହକୁ ପାଳନ କରିବା ପାଇଁ ଆମେ ଆମର ସର୍ବାଧିକ ଲୋକପ୍ରିୟ ଟର୍ମ ଇନ୍‌ସ୍ୟୁରାନ୍ସ ଉପତ୍ାଦ ଆଇପ୍ରୋଟେକ୍ଟ ସ୍ମାର୍ଟ ପାଇଁ ପୈଠ କରାଯିବାକୁ ଥିବା ସମସ୍ତ ପ୍ରିମିୟମ ଉପରେ ୧୫%ର ଲାଇଫ୍‌ଟାଇମ ରିହାତି ପ୍ରଦାନ କରି ଗର୍ବ ଅନୁଭବ କରୁଛୁ। ଏପରିକି କାର୍ଯ୍ୟରତ ମହିଳାମାନଙ୍କୁ ମଧ୍ୟ ଆମେ ପ୍ରଥମ ବର୍ଷର ପ୍ରିମିୟମ ଉପରେ ୧୫%ର ଅତିରିକ୍ତ ରିହାତି ପ୍ରଦାନ କରୁଛୁ,ଯାହା ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri