Categories: ବାଣିଜ୍ୟ

ଜିଓ ୫ଜି ଏମ୍‌ଏମ୍‌-ୱେଭ ସ୍ପେକ୍ଟ୍ରମ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୫।୮: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆରଜେଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ‘୫ଜି ଏମ୍‌ଏମ୍‌-ୱେଭ ସ୍ପେକ୍ଟ୍ରମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଜିଓର ସମସ୍ତ ସ୍ପେକ୍ଟ୍ରମ୍‌ ବ୍ୟାଣ୍ଡ୍‌ର ସବୁ ଲାଇସେନ୍ସ ଅଞ୍ଚଳରେ ସେବା ଶୁଭାରମ୍ଭର ସର୍ବନିମ୍ନ ଆବଶ୍ୟକତା ସର୍ତ୍ତକୁ ପୂରଣ କରିଛି। ବିଶେଷ କରି ୨୦୨୩ ଅଗଷ୍ଟ ୧୭ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ସ୍ପେକ୍ଟ୍ରମ୍‌ ନେବା ବେଳେ ଜିଓ ପ୍ରତିଶ୍ରୁତି ଦେଇଥିଲା। ଆରଜେଆଇଏଲର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଦ୍ରୁତ ଗତିରେ ୫ଜି ସେବାର ଶୁଭାରମ୍ଭ କରିବା ଲାଗି ଆମେ ଭାରତ ସରକାର, ଟେଲିକମ୍‌ ବିଭାଗ ଓ ଦେଶର ୧୪୦କୋଟିରୁ ଅଧିକ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲୁ। ଏପରିକି ଦୁନିଆର ସବୁଠୁ ଦ୍ରୁତ ଗତିରେ ୫ଜି ସେବାର ଶୁଭାରମ୍ଭ କରି ଆମେ ଭାରତକୁ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛୁ। ଏଥି ସହିତ ଆମେ ୫ଜିର ସମ୍ପ୍ରସାରଣ ସର୍ତ୍ତକୁ ପୂରଣ କରିବାର ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରିଛୁ। ୨୦୨୨ ଅଗଷ୍ଟ ୫ରେ ଆମକୁ ୫ଜି ସ୍ପେକ୍ଟ୍ରମ୍‌ ମିଳିଥିଲା। ସେହି ଦିନଠାରୁ ଆମ ଟିମ୍‌ ଦିନରାତି କାମ କରି ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର କୋଣ ଅନୁକୋଣରେ ଥିବା ସବୁ ନାଗରିକଙ୍କ ପାଖରେ ୫ଜି ସେବା ପହଞ୍ଚାଇବା ଉଦ୍ୟମ କରୁଛି।

Share