Categories: ବାଣିଜ୍ୟ

ଜିଓ ଏୟାରଫାଇବରର ଶୁଭାରମ୍ଭ

ଭୁବନେଶ୍ୱର,୨୦।୯: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନେକୌଶଳରେ ନିର୍ମିତ ‘ଜିଓ ଏୟାରଫାଇବର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପବିତ୍ର ଗଣେଶ ପୂଜା ଅବସରରେ ଦେଶର ପ୍ରମୁଖ ୮ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଓ ପୁଣେରେ ଜିଓ ଏୟାରଫାଇବର ସେବାର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ସେହିଭଳି ଜିଓ ପକ୍ଷରୁ ଏୟାରଫାଇବର ଓ ଏୟାରଫାଇବର୍‌ ମ୍ୟାକ୍ସ ନାମରେ ୨ଟି ପ୍ଲାନ୍‌ ମଧ୍ୟ ଘୋଷଣା କରାଯାଇଛି।
ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଆମର ଫାଇବର-ଟୁ-ଦି-ହୋମ୍‌ ସେବା ଜିଓ ଫାଇବର ୧ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି, ପ୍ରତିଦିନ ହଜାର ହଜାର ଲୋକ ସେଥିରେ ଯୋଡ଼ି ହେଉଛନ୍ତି। କିନ୍ତୁ ବର୍ତ୍ତମାନ ବି ଲକ୍ଷ ଲକ୍ଷ ଘର ଓ ଛୋଟ ବ୍ୟବସାୟୀଙ୍କୁ ଯୋଡ଼ିବା କାର୍ଯ୍ୟ ବାକି ରହିଛି, ଜିଓ ଏୟାରଫାଇବର ସହିତ ଦେଶର ସବୁ ଘରକୁ ସମାନ ଗୁଣବତ୍ତାର ସେବା ସହିତ ଆମେ ଶୀଘ୍ର ଯୋଡ଼ିବୁ। ଜିଓ ଏୟାରଫାଇବର ଶିକ୍ଷା, ସ୍ବାସ୍ଥ୍ୟ, ନିରୀକ୍ଷଣ ଓ ସ୍ମାର୍ଟ ହୋମ୍‌ କ୍ଷେତ୍ରରେ ନିଜସ୍ବ ସମାଧାନ ଜରିଆରେ ଲକ୍ଷ ଲକ୍ଷ ଘରକୁ ବିଶ୍ୱସ୍ତରୀୟ ଡିଜିଟାଲ୍‌ ମନୋରଞ୍ଜନ, ସ୍ମାର୍ଟ ହୋମ୍‌ ସେବା ଏବଂ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନ କରିବ। ଜିଓ ଏୟାରଫାଇବରକୁ ଅନଲାଇନ୍‌ ଓ ଅଫ୍‌ଲାଇନ୍‌ରେ ମଧ୍ୟ ବୁକିଂ କରାଯାଇପାରିବ।

Share