Categories: ବାଣିଜ୍ୟ

ଜିଓ ଟ୍ରୁ-୫ଜି ପାୱାର୍ଡ ୱାଇ-ଫାଇର ଶୁଭାରମ୍ଭ

ନୂଆଦିଲ୍ଲୀ,୨୩।୧୦: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଜିଓ) ପକ୍ଷରୁ ‘ଜିଓ ଟ୍ରୁ-୫ଜି ପାୱାର୍ଡ ୱାଇ-ଫାଇ’ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଶିକ୍ଷାନୁଷ୍ଠାନ, ଧାର୍ମିକସ୍ଥଳ, ରେଳଷ୍ଟେଶନ, ବସ୍‌ଷ୍ଟାଣ୍ଡ, କମର୍ସିଆଲ୍‌ ହବ୍‌ ଭଳି ଅଧିକ ଭିଡ଼ ରହୁଥିବା ସ୍ଥାନରେ ଏହି ସେବା ପର୍ଯ୍ୟାୟକ୍ରମେ ଆରମ୍ଭ ହେବ। ଏପରିକି ଦେଶର ସମସ୍ତଙ୍କ ପାଖରେ ୫ଜି ପହଞ୍ଚାଇବା ଲାଗି ଜିଓ ମଧ୍ୟ ପ୍ରତିଶ୍ରୁତିବଦ୍ଧ ରହିଛି। ସେହିଭଳି ନିକଟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀରେ ଶୁଭାରମ୍ଭ କରାଯାଇଥିବା ଜିଓ ଟ୍ରୁ-୫ଜି ସେବା ଏବଂ ଜିଓ ୱେଲ୍‌କମ ଅଫର ସହ ଏହି ସେବାକୁ ମଧ୍ୟ ଯୋଡ଼ାଯାଇଛି। ଏପରିକି ଟ୍ରୁ-୫ଜି ଲାଗି ପ୍ରସ୍ତୁତ ହ୍ୟାଣ୍ଡସେଟ୍‌ ଉପଲବ୍ଧତା ବଢ଼ାଇବା ଲାଗି ଜିଓ ଟିମ୍‌ ଅବିରତ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ନାଥଦ୍ୱାରା ଠାରେ ଜିଓ ପକ୍ଷରୁ ଶନିବାର ଜିଓ ଟ୍ରୁ-୫ଜି ପାୱାର୍ଡ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି। ସେହିପରି ଜିଓ ୱେଲ୍‌କମ୍‌ ଅଫର ଅବଧିରେ ଜିଓର ଗ୍ରାହକମାନେ ବିନା କୌଣସି ଚାର୍ଜରେ ଏହି ସେବା ପାଇପାରିବେ ଏବଂ ଅଣ-ଜିଓ ଗ୍ରାହକମାନେ ମଧ୍ୟ ଜିଓକୁ ଆସି ପୂର୍ଣ୍ଣ ଏବଂ ଅସୀମିତ ସେବା ଅନୁଭବ ହାସଲ କରିବା ପୂର୍ବରୁ ମଧ୍ୟ ଏହି ସେବାକୁ ବ୍ୟବହାର କରିପାରିବେ। ଜିଓର ‘ଉଇ କେୟାର’ ଦର୍ଶନ ଯାହା ଏହାର ବ୍ରାଣ୍ଡ୍‌ ମୂଲ୍ୟବୋଧର ମୂଳମନ୍ତ୍ର ହୋଇ ରହିଛି। ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଏମ୍‌ ଅମ୍ବାନୀ କହିଛନ୍ତି, ମାନବତା ପ୍ରତି ସେବା ହେଉଛି ଭାରତୀୟ ସଂସ୍କୃତିର ଏକ ସ୍ନେହଭରା ଦିଗ। ଏହାର ମୂଳ ଆମର ସାମାଜିକ-ଧାର୍ମିକ ପରମ୍ପରା ଆଦିରେ ଦେଖିବାକୁ ମିଳୁଛି। ପୂର୍ବରୁ କୁହାଯାଇଥିବା ଅନୁସାରେ ୫ଜି କେବଳ କିଛି ସ୍ବଚ୍ଛଳ କିମ୍ବା ବୃହତ୍‌ ସହରରେ ବାସ କରୁଥିବା ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର ସେବା ହୋଇ ରହିବ ନାହିଁ। ଏହା ଭାରତର ପ୍ରତି ନାଗରିକ, ପ୍ରତି ଘର ଏବଂ ପ୍ରତି ବ୍ୟବସାୟ ପାଇଁ ନିଶ୍ଚିତ ରୂପେ ଉପଲବ୍ଧ ହେବ। ପ୍ରତି ଭାରତୀୟଙ୍କ ପାଖରେ ଜିଓ ଟ୍ରୁ-୫ଜି ପହଞ୍ଚାଇବା ଦିଗରେ ଏହା ହେଉଛି ଏକ ପଦକ୍ଷେପ। ଆଜି ଆମେ ନାଥଦ୍ୱାରା ଏବଂ ପ୍ରଭୁ ଶ୍ରୀନାଥଜୀଙ୍କ ମନ୍ଦିରରେ ପ୍ରଥମ ଟ୍ରୁ-୫ଜି ୱାଇ-ଫାଇ ସେବାର ଶୁଭାରମ୍ଭ କରିଛୁ।

Share