ମେଶିନ ଲର୍ନିଂ ଅନ୍‌ରାମ୍ପର ଶୁଭାରମ୍ଭ

ଭୁବନେଶ୍ୱର,୩।୯: ମାଥ୍‌ୱାର୍କସ ଇଣ୍ଡିଆ ଏବଂ ଆଇଇଇଇ ଭୁବନେଶ୍ୱରର ମିଳିତ ସହଯୋଗରେ ଏକ ଅତ୍ୟାଧୁନିକ ପ୍ଲାଟ୍‌ଫର୍ମ ‘ମେଶିନ ଲର୍ନ ଅନ୍‌ରାମ୍ପ’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ସଂସ୍ଥା ପକ୍ଷରୁ ଏକ ଦିନିକିଆ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା। ବିଶେଷକରି ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏମ୍ବ୍ରାସିଂ ଏଆଇ-ଶିଳ୍ପ, ଏକାଡେମିଆ ଓ ଷ୍ଟାର୍ଟଅପ୍‌ ସଫଳତା ପାଇଁ ଅପ୍‌ସ୍କିଲିଂ ଉପରେ କାର୍ଯ୍ୟ ଉଦ୍ଦେଶ୍ୟରେ ପ୍ରଯୁକ୍ତିବିଦ୍ୟାକୁ ସୁଯୋଗ ଦେବା ଲାଗି ଉକ୍ତ କର୍ମଶାଳା ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିଲା। ଏ ସମ୍ପର୍କରେ ମ୍ୟାଥ୍‌ୱାର୍କସର ନିର୍ଦ୍ଦେଶକ (ଇଏସ୍‌) ଜୟନ୍ତ ଭାଦୁରିଆ କହିଛନ୍ତି, ଉକ୍ତ କାର୍ଯ୍ୟକ୍ରମରେ ସକାରାତ୍ମକ ପ୍ରତିକ୍ରିୟା ଓ ଯୋଗଦାନ ଦେଖି ବହୁତ ଖୁସି ଲାଗିଲା। ବିଭିନ୍ନ ଶିଳ୍ପର କମ୍ପାନୀଗୁଡ଼ିକ ସହ ଆମର ବ୍ୟାପକ ଅଭିଜ୍ଞତା ଆମକୁ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିଛି। ଏପରିକି ଶିଳ୍ପ ଆବଶ୍ୟକତା ଅନୁଯାୟୀ ପାଠ୍ୟକ୍ରମ ଡିଜାଇନ କରିବାକୁ ଶିକ୍ଷା ବିଶେଷଜ୍ଞଙ୍କୁ ସକ୍ଷମ କରିଥାଏ। ସେହିଭଳି ଆଇଇଇଇ ଭୁବନେଶ୍ୱରର ଅଧ୍ୟକ୍ଷ ଡ. ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ କହିଥିଲେ, ଏଆଇ କ୍ଷେତ୍ରରେ ଜ୍ଞାନ ଓ ଧାରଣା ଆଦାନପ୍ରଦାନକୁ ସହଜ କରି ଆମର ମିଶନ ହାସଲ କରିବାରେ ଏହି ସେମିନାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମ୍ୟାଥ୍‌ୱାର୍କସ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ ଅଛୁ, ଯାହା ଆମକୁ ବିଶେଷଜ୍ଞ ଓ ଉତ୍ସାହୀମାନଙ୍କୁ ଏକତ୍ର କରିବାକୁ ଅନୁମତି ଦେଇଛି। ଯାହା ଅଧିକାଂଶ ପ୍ରମୁଖ ଶିଳ୍ପଗୁଡ଼ିକରେ ଟେକ୍‌ନୋଲୋଜିର ପରିବର୍ତ୍ତନଶୀଳ ଦିଗ ଓ ଶକ୍ତି ଅନୁସନ୍ଧାନ କରିବ। ଉକ୍ତ କାର୍ଯ୍ୟକ୍ରମରେ ମ୍ୟାଥ୍‌ୱାର୍କର ବିଶେଷଜ୍ଞମାନେ ବିଭିନ୍ନ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଯେପରିକ ମାଟଲାବ ଓ ସିମୁଲିଙ୍କ କିପରି ଶିଳ୍ପ ଗୁଡ଼ିକରେ ଏଆଇ ଉଦ୍ଭାବନକୁ ପ୍ରୋତ୍ସାହିତ କରନ୍ତି ଓ ଅତ୍ୟାବଶ୍ୟକ କୌଶଳ ସହିତ କର୍ମଜୀବୀ ପ୍ରସ୍ତୁତ କରନ୍ତି। ବିଶେଷକରି ଉକ୍ତ ସେମିନାରରେ ମ୍ୟାଥ୍‌ୱାର୍କସ ଇଣ୍ଡିଆର ଚନ୍ଦନ ପରମାଣିକ ଓ ଆଇଆଇଟି ବିବିଏସ୍‌ଇର ସ୍କୁଲ ଅଫ୍‌ ଇଲେକ୍ଟ୍ରିକାଲ ସାଇନ୍ସ ପ୍ରଫେସର ତଥା ଆଇଇଇଇ ବିବିଏସ୍‌ ମ୍ୟାଥ୍‌ୱାର୍କସ ବିଶେଷଜ୍ଞ ତଥା ଅଧ୍ୟକ୍ଷ ଡ.ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟଙ୍କ ଦ୍ୱାରା ଏକ ବିଶିଷ୍ଟ ଉପସ୍ଥାପନା ଆୟୋଜନ କରାଯାଇଥିଲା। ଡ. ମୋନାଲିସା ପାଲ ଓ ନିକିତା ପିଣ୍ଟୋ ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାରିକ ଜ୍ଞାନ ପ୍ରୟୋଗ ପ୍ରଦର୍ଶନ କରିଥିଲେ। ପରିଶେଷରେ ଡ. ପ୍ରଦନ୍ୟା ଗୋଏଙ୍କର ଓ ଡ.ଦେବୀ ପ୍ରସାଦ ଡୋଗ୍ରା ଏଆଇ ଲ୍ୟାଣ୍ଡସ୍କେପ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ ଅଧିବେଶନ ବ୍ୟତୀତ ପ୍ରତିନିଧି ଓ ବକ୍ତାମାନେ ଭାରତରେ ବିଭିନ୍ନ ଦକ୍ଷତା ପଦକ୍ଷେପ ବିଷୟରେ ଏକ ଖୋଲା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ସଦସ୍ୟତାରେ ଇପିଏଫ୍‌ଓର ରେକର୍ଡ

ଭୁବନେଶ୍ୱର,୨୪।୯ (ଅନୁରାଧା ମହାରଣା): କେନ୍ଦ୍ର ଶ୍ରମ ଓ ରୋଜଗାର ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ସୋମବାର ଜୁଲାଇ ୨୦୨୪ ପାଇଁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥାନ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୯: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ଜୟଆଲୁକ୍କାସ ଚେନ୍‌ ଫେଷ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୯: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସର ବହୁ ପ୍ରତୀକ୍ଷିତ ପ୍ରଦର୍ଶନୀ ‘ଚେନ୍‌ ଫେଷ୍ଟ’ (ଜୟଆଲୁକ୍କାସ ଚେନ ଫେଷ୍ଟ) ନିକଟରେ...

ଜିଓର ୧.୮୫ଲକ୍ଷ ନୂଆ ମୋବାଇଲ ଗ୍ରାହକ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ତଥା ରିଲାଏନ୍ସ ଜିଓ ୨୦୨୪ ଜୁଲାଇରେ ପ୍ରାୟ ୧.୮୫ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଏବଂ ୧୧,୦୦୦...

ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଉପକୂଳ ସଂରକ୍ଷଣ ଅଭିଯାନ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍‌ର କର୍ପୋରେଟ ସୋସିଆଲ ରେସପନି୍ସବିଲିଟି ବା ସିଏସ୍‌ଆର୍‌ ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରୁଥିବା ଏଚ୍‌ସିଏଲ୍‌...

ଏୟାରଟେଲ ୟୁଜର୍ସଙ୍କ ବଲ୍ଲେ ବଲ୍ଲେ, ଲଞ୍ଚ୍‌ ହେଲା ୩ଟି ଶସ୍ତା ପ୍ଲାନ୍‌, ମାସେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୩।୯: ଏୟାରଟେଲ ଏହାର ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ୩ ଟି ନୂଆ ଯୋଜନା ଆରମ୍ଭ କରିଛି । ସମସ୍ତ ତିନୋଟି ଯୋଜନା ହେଉଛି ଡାଟା ଭାଉଚର୍‌...

୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି...

ଆଇଏସ୍‌ବି ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ବା ଆଇଏସ୍‌ବିର ନୂତନ ପାଠ୍ୟକ୍ରମ ‘ପିଜିପି ୱାଇଏଲ୍‌’ର ଶୁଭାରମ୍ଭ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri