ରାଷ୍ଟ୍ରପତିଙ୍କ ଗ୍ରାମରେ ମିଶନ ‘ସୌରାୟଣ’ର ଶୁଭାରମ୍ଭ

ବାରିପଦା ଅଫିସ,୧୪।୪: ମୟୂରଭଞ୍ଜ ଜିଲା କୁସୁମୀ ବ୍ଲକ୍‌ ବାଦାମପାହାଡ଼ସ୍ଥିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମୃଦ୍ଧ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଅଭିଳାଷପୂର୍ଣ୍ଣ ମିଶନ ‘ସୌରାୟଣ’ର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଅକ୍ଷୟ ଶକ୍ତି ନୀତି-୨୦୨୨ ଓ ଟାଟାପାୱାରର ସଷ୍ଟେନେବଲ
ଇଜ୍‌ ଆଟେନେବଲ ମିଶନ ଅନୁସାରେ ରୁଫଟପ୍‌ ସୋଲାର ୟୁନିଟ ଜରିଆରେ ସୌରଶକ୍ତି କରଣ ଆରମ୍ଭ କରାଯାଇଛି। ଏଥିରେ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ଉପସ୍ଥିତ ରହି କାର୍ବନ ନ୍ୟୁଟ୍ରିଲିଟି ହାସଲ କରିବା ପାଇଁ ରୁଫଟଫ୍‌ ୟୁନିଟକୁ କାର୍ଯ୍ୟକ୍ଷମ କରାଯାଇଥିବା କହିଛନ୍ତି। ସୌରାୟଣ ମାଧ୍ୟମରେ ଟିପିଏନ୍‌ଓଡିଏଲ ୩ ଶହରୁ ଊର୍ଦ୍ଧ୍ୱ କାର୍ଯ୍ୟାଳୟ କୋଠା ଏବଂ ସମସ୍ତ ସମ୍ଭାବ୍ୟ ଘରୋଇ ବାସସ୍ଥାନକୁ ରୁଫଟଫ ସୋଲାର ମିଶନକୁ ସମ୍ପ୍ରସାରିତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଏହି ମିଶନ ଅଧୀନରେ ସୋଲାର ସ୍ଥାପନ କରିବା ପାଇଁ ଭାରତ ସରକାରଙ୍କ ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟିପିଏନଓଡିଏଲକୁ ୨୫ଶହ ମେଗାୱାଟ ରୁଫଟପ୍‌ ସୋଲାର କ୍ଷମତା ଆବଣ୍ଟନ କରାଯାଇଛି। କେନ୍ଦ୍ର ସରକାରଙ୍କ ପିଏମ କୁସୁମ ସି ସ୍କିମ ଅଧୀନରେ କୃଷି ଉଠାଜଳସେଚନ ପମ୍ପ ସେଟର ସୌର ଶକ୍ତିକରଣକୁ ମଧ୍ୟ ଆଗକୁ ନିଆଯାଇଛି।

Share