Categories: ବାଣିଜ୍ୟ

ବିଓବି ପକ୍ଷରୁ ଏମ୍‌ଏସ୍‌ଏସ୍‌ସିର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନୂତନ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍‌ସ ସାର୍ଟିଫିକେଟ୍‌’ (ଏମ୍‌ଏସ୍‌ଏସ୍‌ସି)ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ ନୂତନ ପଦକ୍ଷେପ ବୋଲି ବିଓବି ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌ଏସ୍‌ଏସ୍‌ସି ହେଉଛି ଏକ ୨ ବର୍ଷିଆ ଡିପୋଜିଟ୍‌ ସ୍କିମ୍‌, ଯାହାକି ବାର୍ଷିକ ୭.୫% ସୁଧ ପ୍ରଦାନ କରିଥାଏ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରାମନ ମହିଳା ସମ୍ମାନ ସେଭିଙ୍ଗ୍‌ସ ସାର୍ଟିଫିକେଟ୍‌, ମହିଳା ଓ ଝିଅଙ୍କ ପାଇଁ ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ବିଷୟରେ କେନ୍ଦ୍ର ବଜେଟ୨୦୨୩-୨୪ରେ ଘୋଷଣା କରିଛନ୍ତି। ଏହି ଯୋଜନା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦୁଇ ବର୍ଷ ନିମନ୍ତେ ବୈଧ ରହିଛି।
ଏ ସମ୍ପର୍କରେ ବିଓବିର ଇଡି ଅଜୟ କେ.ଖୁରାନା କହିଛନ୍ତି,ଏମ୍‌ଏସ୍‌ଏସ୍‌ସି ସ୍କିମକୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛ, ଯଦ୍ଦ୍ବାରା ମହିଳାମାନେ ନିବେଶ କରିବା ପାଇଁ ପ୍ରୋତ୍ସାହିତ ହେବେ ଓ ସେମାନଙ୍କର ଆର୍ଥିକ ସ୍ବାଧୀନତାକୁ ସୁନିଶ୍ଚିତ କରିପାରିବେ। ଏପରିକି ବିଓବିରେ ଆମେ ଏମ୍‌ଏସ୍‌ଏସସି ସ୍କିମ୍‌ର ଶୁଭାରମ୍ଭ କରି ଅତ୍ୟନ୍ତ ଆନନ୍ଦିତ। ଯାହାକି ସାରା ଦେଶରେ ଆମର ସମସ୍ତ ଶାଖାରେ ଏହା ଉପଲବ୍ଧ ହେବ। ଏମ୍‌ଏସ୍‌ଏସି ଦ୍ୱାରା ସବୁ ବର୍ଗର ମହିଳା ସଶକ୍ତ ହୋଇପାରିବେ ଓ ସରକାରଙ୍କ ଏହି ପଦକ୍ଷେପକୁ ସହାୟତା ପ୍ରଦାନ କରିବା ପାଇଁ ବ୍ୟାଙ୍କ ଅଫ୍‌ ବରୋଦାର ସାରା ଭାରତରେ ଉପସ୍ଥିତି ରହିଛି। ଏମ୍‌ଏସ୍‌ଏସସି ଆକାଉଣ୍ଟ ଖୋଲିବା ଫର୍ମ ସମସ୍ତ ବ୍ୟାଙ୍କ ଅଫ୍‌ ବରୋଦାର ଶାଖାରେ ଉପଲବ୍ଧ ରହିଛି।

Share