Categories: ବାଣିଜ୍ୟ

‘ମାଇଁ ଓଡ଼ିଶା,ଇଣ୍ଡିଆଜ୍‌ ପ୍ରାଇଡ୍‌’ର ଶୁଭାରମ୍ଭ

ଭୁବନେଶ୍ୱର,୧୦।୧: ଟାଟା ପାୱାରର ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ‘ମାଇଁ ଓଡ଼ିଶା,ଇଣ୍ଡିଆଜ୍‌ ପ୍ରାଇଡ୍‌’ର ଶୁଭାରମ୍ଭ ସମ୍ପର୍କରେ କରାଯାଇଛି। ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଯୁବ ପ୍ରତିଭାମାନଙ୍କୁ ସମୃଦ୍ଧ କରିବା ଏବଂ ସଂସ୍କୃତିକୁ ସୁଦୃଢ଼ କରିବା ଦିଗରେ କମ୍ପାନୀର ଏହି ପଦକ୍ଷେପ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ୮ରୁ ୧୨ବର୍ଷ ଏବଂ ୧୩ରୁ ୧୬ବର୍ଷର ପିଲାମାନଙ୍କ ମଧ୍ୟରେ ସୃଜନଶୀଳତାକୁ ଜାଗ୍ରତ କରିବା ଲକ୍ଷ୍ୟ ରଖି ପିଲାମାନଙ୍କୁ ଚିତ୍ରକଳା, ସ୍କେଚ୍‌ ଏବଂ କବିତା, ପ୍ରବନ୍ଧ ଓ କାହାଣୀ ଭଳି ସାହିତି୍ୟକ ଲେଖା ପଠାଇବା ପାଇଁ ଆହ୍ବାନ ଦିଆଯାଇଛି। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ ଅଭିଯାନ ସହ ଖାପଖାଉଛି, ଯାହା ଶିକ୍ଷା ଓ ସଂସ୍କୃତି ମଧ୍ୟରେ ସମନ୍ବୟକୁ ସୁଦୃଢ଼ କରିବ। ଏପରିକି ଛାତ୍ରୀଛାତ୍ରମାନେ ସେମାନଙ୍କ ଭିଡିଓ ଆବେଦନକୁ କବିତା, ପ୍ରବନ୍ଧ ଓ କାହାଣୀ ମାଧ୍ୟମରେ ପଠାଇପାରିବେ। ସେହିଭଳି ୮ରୁ ୧୨ ଏବଂ ୧୩ରୁ ୧୬ ବର୍ଷ ବୟସ ବର୍ଗରେ ପ୍ରଥମ ପୁରସ୍କାର ଭାବେ ଟ୍ରଫି, ସ୍ବର୍ଣ୍ଣ ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯାଉଥିବାବେଳେ ୨ୟ ପୁରସ୍କାରରେ ରୌପ୍ୟ ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର ଏବଂ ୩ୟ ପୁରସ୍କାରରେ ତାମ୍ର ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯିବ। ସେହିପରି ଚୟନ କରାଯାଇଥିବା ଅନ୍ୟ ଶ୍ରେଷ୍ଠ ୨୦ଜଣଙ୍କୁ ୨୦୦୦ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯିବ। ଉକ୍ତ ପ୍ରତିଯୋଗିତାରେ ସାମିଲ ସମସ୍ତ ଆବେଦନକାରୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ଦିଆଯିବ। ଅପରପକ୍ଷରେ ପ୍ରତିଯୋଗୀମାନେ ସେମାନଙ୍କ ଆବେଦନକୁ ସିଧାସଳଖ ‘ମାଇଁ ଓଡ଼ିଶା ଇଣ୍ଡିଆଜ୍‌ ପ୍ରାଇଡ୍‌’ ପ୍ରତିଯୋଗିତାରେ ନିଜର ନାମ, ବୟସ, ଫୋନ୍‌ ନମ୍ବରକୁ ଫାଇଲ୍‌ ନାମ ଭାବେ ଲେଖି (ଉଦାହରଣ ତୁହିନ ମହାପାତ୍ର-୦୯-୯୮୧୮****) ଲେଖି ପଠାଇପାରିବେ। ଅନ୍ୟଥା ସେମାନେ ନିଜ ଆବେଦନକୁ ଅଂଶଗ୍ରହଣର ବର୍ଗ,ନାମ, ବୟସ, ମୋବାଇଲ୍‌ ନମ୍ବର ଓ ସହର ନାମ ଲେଖି photocontest.tpodisha@tatapower.comରେ ଇମେଲ୍‌ କରିପାରିବେ। ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକୁ ଅନୁଶୀଳନ କରିବେ। ଉଲ୍ଲେଖଯୋଗ୍ୟ, (ସର୍ତ୍ତାବଳୀ: ଅଧିସୂଚନା) ପ୍ରତିଯୋଗିତାରେ ଦାଖଲ ହୋଇଥିବା ଆବେଦନଗୁଡ଼ିକକୁ ନିଜ ଅନୁସାରେ ବ୍ୟବହାର କରିବାର ଅଧିକାର ଟାଟା ପାୱାର ପାଖରେ ରହିବ। ଓଡ଼ିଶାରେ ବିଦ୍ୟୁତ୍‌ ବଣ୍ଟନର ଅଂଶ ଭାବେ ଟାଟା ପାୱାର ଓଡ଼ିଶା ସରକାରଙ୍କ ସହ ଯୌଥ ଉଦ୍ୟୋଗରେ ଟିପି ସେଣ୍ଟ୍ରାଲ, ଟିପି ସଦର୍ନ, ଟିପି ନର୍ଦନ ଓ ଟିପି ୱେଷ୍ଟର୍ନ ଓଡ଼ିଶା ଭଳି ଚାରିଟି ଡିସ୍‌କମ୍‌ର ପରିଚାଳନା କରୁଛି।

Share