Categories: ବାଣିଜ୍ୟ

ଜିଓ-ବିପି ପକ୍ଷରୁ ନୂତନ ଡିଜେଲର ଶୁଭାରମ୍ଭ

ଭୁବନେଶ୍ୱର,୧୮।୫: ଜିଓ-ବିପି ପକ୍ଷରୁ ଏକ ନୂତନ ଡିଜେଲର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆକ୍ଟିଭ୍‌ ଟେକ୍ନୋଲୋଜି ସହ ଜିଓ-ବିପିର ନୂତନ ଡିଜେଲ ବଜାରରେ ଉପଲବ୍ଧ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି କମ୍ପାନୀ ଉକ୍ତ ଉତ୍ପାଦ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଏହାର ମାନ ବୃଦ୍ଧି କରାଇବା ପାଇଁ ପ୍ରସ୍ତୁତ ରହିଛି। ନୂଆକରି ଶୁଭାରମ୍ଭ ହୋଇଥିବା ଏହି ଆଡିଟିଭାଇଜ୍‌ଡ ଡିଜେଲ କମ୍ପାନୀ ନେଟ୍‌ୱର୍କରେ ଉପଲବ୍ଧ ରହିଥିବାବେଳେ ଉକ୍ତ ଡିଜେଲ ୪.୩% ପର୍ଯ୍ୟନ୍ତ ଉନ୍ନତ ଫୁଏଲ୍‌ ଇକୋନୋମି ପ୍ରଦାନ କରିଥାଏ। ଫଳରେ ଟ୍ରକରମାନଙ୍କୁ ବାର୍ଷିକ ୧.୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟର ସୁବିଧା ପ୍ରଦାନ କରିଥାଏ। ବିଶେଷକରି ଉଚ୍ଚ ପ୍ରଦର୍ଶନକ୍ଷମ ଉକ୍ତ ନୂତନ ଡିଜେଲ ଜିଓ-ବିପି ଆଉଟ୍‌ଲେଟ୍‌ଗୁଡ଼ିକରେ ଉପଲବ୍ଧ।
ସେହିଭଳି ଜିଓ-ବିପି ଆଉଟ୍‌ଲେଟ୍‌ଗୁଡ଼ିକରେ ଆକ୍ଟିଭ୍‌ ଟେକ୍ନୋଲୋଜି ସହ ଉକ୍ତ ଡିଜେଲ ଜମା ହୋଇଥିବା ମଇଳା କାରଣରୁ ଅବାଞ୍ଛିତ ମରାମତିର ବିପଦକୁ ହ୍ରାସ କରିବାରେ ବେଶ୍‌ ସାହାଯ୍ୟ କରିଥାଏ ଏବଂ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ ପାର୍ଟସଗୁଡିକରେ ବିଦ୍ୟମାନ ମଇଳାକୁ ଦୂରକରିବା ସହ ଏହାକୁ ଜମା ହେବାରୁ ସୁରକ୍ଷା ଦେଇଥାଏ। ସେହିପରି ଏହାକୁ ବାଣିଜି୍ୟକ ଯାନର ଏକ ଶୃଙ୍ଖଳରେ କାର୍ଯ୍ୟ କରିବା ପାଇଁ ଡିଜାଇନ କରାଯାଇଛି ଏବଂ ବିଦ୍ୟମାନ ବ୍ୟବହାର ସହ ଏହା ଚାଳକ ଓ ମାଲିକମାନଙ୍କୁ ବିଭିନ୍ନ ଲାଭ ପ୍ରଦାନ କରିଥାଏ। ଏପରିକି ଏହା ବିଦ୍ୟମାନ ବ୍ୟବହାର ସହିତ ଇଞ୍ଜିନର ଶକ୍ତିକୁ ପୁନଃ ସଂରକ୍ଷିତ ଓ ବଜାୟ ରଖିବାରେ ସାହାଯ୍ୟ କରିଥାଏ।
ଜିଓ-ବିପିର ସିଇଓ ହରିଶ ସି ମେହତା କହିଛନ୍ତି, ଆମ ପାଇଁ ପ୍ରତ୍ୟେକ ଗ୍ରାହକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଜିଓ-ବିପି ପାଇଁ ଟ୍ରକରଗୁଡ଼ିକ ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଧାରଣ କରିଛନ୍ତି। ବିଶେଷକରି ଇନ୍ଧନ କାର୍ଯ୍ୟଦକ୍ଷତା ଏବଂ ଇଞ୍ଜିନ ମେଣ୍ଟେନାନ୍ସକୁ ନେଇ ସେମାନଙ୍କ ଚିନ୍ତା ହ୍ରାସ କରିବା ପାଇଁ ଜିଓ-ବିପି ସ୍କ୍ରାଚ୍‌ରୁ କଷ୍ଟମାଇଜ ଆଡିଟିଭ ବିକଶିତ କରିବା ଲାଗି ସର୍ବୋତ୍ତମ ଟେକ୍ନୋଲୋଜି ବିଶେଷଜ୍ଞମାନଙ୍କ ସହିତ ଏକାଧିକ ବର୍ଷ ଧରି କାଯର୍‌ୟ କରିଛି।

Share