Categories: ବାଣିଜ୍ୟ

ମେଟା ପକ୍ଷରୁ ନୋ-କଷ୍ଟ ଇଏମ୍‌ଆଇର ଶୁଭାରମ୍ଭ

ନୂଆଦିଲ୍ଲୀ,୫।୯: ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ସାଇଟ୍‌ ମେଟାର ‘ଗ୍ରୋ ୟୋର୍‌ ବିଜ୍‌ନେସ୍‌’ ସମ୍ମିଳନୀର ୨ୟ ସଂସ୍କରଣ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷ କରି ୱର୍କିଙ୍ଗ କ୍ୟାପିଟାଲ ବା ପୁଞ୍ଜିର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ମେଟା ପକ୍ଷରୁ ଭାରତରେ କ୍ଷୁଦ୍ର ବ୍ୟବସାୟଗୁଡିକ ପାଇଁ ନଗଦ ପ୍ରବାହକୁ ସହଜ କରିବା ଲାଗି ଏକ ନୂଆ ଫାଇନାନ୍ସିଆଲ ସପୋର୍ଟ-ନୋ କଷ୍ଟ ଇଏମ୍‌ଆଇ ସମ୍ପର୍କରେ ଘୋଷଣା କରାଯାଇଛି। ଭାରତ ହେଉଛି ପ୍ରଥମ ଦେଶ, ଯେଉଁଠାରେ ନୋ କଷ୍ଟ ଇଏମ୍‌ଆଇକୁ ମେଟା ପକ୍ଷରୁ ଶୁଭାରମ୍ଭ କରାଯାଇଛି ବୋଲି ମେଟାର ଭିପି ଓ ଏମ୍‌ଡି (ଫେସ୍‌ବୁକ୍‌ ଇଣ୍ଡିଆ) ଅଜିତ୍‌ ମୋହନ ମତବ୍ୟକ୍ତ କରିଛନ୍ତି।

Share