Categories: ବାଣିଜ୍ୟ

ପୋକୋ ପଡ୍‌ସର ଶୁଭାରମ୍ଭ

ଭୁବନେଶ୍ୱର,୭।୮: ପୋକୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ପୋକୋ ପଡ୍‌ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ଉକ୍ତ ଉତ୍ପାଦର ବଜାର ପ୍ରବେଶ ସହ ଟିଡବ୍ଲ୍ୟୁଏସ୍‌ ସେଗ୍‌ମେଣ୍ଟରେ ମଧ୍ୟ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ପୋକୋ ଇଣ୍ଡିଆର କଣ୍ଟ୍ରି ହେଡ୍‌ ହିମାଂଶୁ ଟଣ୍ଡନ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କୁ ପ୍ରିମିୟମ ଟେକ୍ନୋଲୋଜି ଯୋଗାଇବା ସହିତ ଭାରତୀୟ ଏଆଇଓଟି କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଛୁ। ବିଶେଷ କରି ପୋକୋ ପଡ୍‌ଗୁଡିକ ଅତ୍ୟାଧୁନିକ ଉଦ୍ଭାବନ, ବାଧାହୀନ ସଂଯୋଗ ଓ ଅତୁଳନୀୟ ଅଡିଓ ପ୍ରଦର୍ଶନର ଏକ ଉପଯୁକ୍ତ ସମ୍ମିଶ୍ରଣ।

ଅପରପକ୍ଷରେ ପୋକୋ ପଡ୍‌ସ ୧୨ଏମ୍‌ଏମ୍‌ ଡ୍ରାଇଭର ସହ ସୁସଜ୍ଜିତ ରହିଛି, ଏହାକୁ ଠିକ୍‌ ବାସ୍‌ ପ୍ରଦର୍ଶନ ପ୍ରଦାନ କରିବା ପାଇଁ ଉତ୍କୃଷ୍ଟ ଭାବେ ଟ୍ୟୁନ୍‌ କରାଯାଇଛି, ଯାହା ଉପଭୋକ୍ତାଙ୍କୁ ସମୃଦ୍ଧ, ସ୍ପଷ୍ଟ ଓ ଠିକ୍‌ ସାଉଣ୍ଡରେ ନିମଜ୍ଜିତ କରୁଛି।

Share