ନୂଆଦିଲ୍ଲୀ,୭।୨: ପୋର୍ଟଫୋଲିଓ ମ୍ୟାନେଜ୍ମେଣ୍ଟ କମ୍ପାନୀ ମାର୍ସେଲସ୍ ଇନ୍ଭେଷ୍ଟମେଣ୍ଟ୍ ମ୍ୟାନେର୍ଜ୍ସ (ଏମ୍ଆଇଏମ୍) ପ୍ରା.ଲିଃ ପକ୍ଷରୁ ଏକ ସ୍ବତନ୍ତ୍ର କ୍ୱାଣ୍ଟ-ଆଧାରିତ ଫଣ୍ଡ୍ ମାର୍ସେଲସ୍ ମେରିଟର୍କ୍ୟୁ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଉପତ୍ାଦ ଲାର୍ଜ, ମିଡ୍ ଓ ସ୍ମଲ୍ କ୍ୟାପ ସେଗ୍ମେଣ୍ଟ୍ରେ ୩୫ରୁ ୪୫ଟି ଷ୍ଟକ୍ ଥିବା ଏକ ବିବିଧ ପୋର୍ଟଫୋଲିଓ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ନିଫ୍ଟି ୫୦୦ ଟିଆର୍ଆଇ ବିରୋଧରେ ଏହି ଫଣ୍ଡ୍ ବେଞ୍ଚମାର୍କ ହେବ। ଏ ସମ୍ପର୍କରେ ଏମଆଇଏମର (ସିଓଆଇ) ଚିଫ ଇନ୍ଭେଷ୍ଟମେଣ୍ଟ ଅଫିସର ସୌରଭ ମୁଖାର୍ଜୀ କହିଛନ୍ତି, ଅନେକ ଖୁଚୁରା ନିବେଶକମାନେ ବହୁଦିନରୁ ଇଚ୍ଛା କରି ଆସୁଥିଲେ ଯେ ମାର୍ସେଲସ୍ ବଜାରକୁ ଏଭଳି ଏକ ଉପତ୍ାଦ ଆଣୁ ଯାହା ଏକ କ୍ଷୁଦ୍ର ଆକାରର ନିବେଶ ଆବଶ୍ୟକ କରୁଥିବ।