Categories: ବାଣିଜ୍ୟ

ସାମ୍‌କୋ ଆକ୍ଟିଭ ମୋମେଣ୍ଟମ ଫଣ୍ଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୮।୬: ସାମ୍‌କୋ ଆସେଟ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ପରିଚାଳିତ ମୋମେଣ୍ଟମ୍‌ ଫଣ୍ଡ୍‌ ସାମ୍‌କୋ ଆକ୍ଟିଭ୍‌ ମୋମେଣ୍ଟମ୍‌ ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। ସାମ୍‌କୋ ଆକ୍ଟିଭ୍‌ ମୋମେଣ୍ଟମ୍‌ ଫଣ୍ଡ୍‌ର ନୂଆ ଫଣ୍ଡ୍‌ ଅଫରିଂ (ଏନ୍‌ଏଫ୍‌ଓ) ୨୦୨୩ ଜୁନ୍‌ ୧୫ରେ ଖୋଲି ୨୯ ଜୁନ୍‌ରେ ବନ୍ଦ ହେବ। ଏହି ସୀମିତ ସମୟ ଭିତରେ ନିବେଶକମାନେ ନିଜର ପୋର୍ଟଫୋଲିଓକୁ ଉପସ୍ଥାପନ କରିପାରିବେ। ଏନ୍‌ଏଫ୍‌ଓ ଅବଧି ପରେ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସବ୍‌ସ୍କ୍ରିପ୍‌ସନ୍‌ ଗ୍ରହଣ କରାଯିବ ନାହିଁ। କେବଳ ପଞ୍ଜୀକୃତ ଏସ୍‌ଆଇପିଗୁଡ଼ିକୁ ଗ୍ରହଣ କରାଯିବ। ଏ ସମ୍ପର୍କରେ ସାମ୍‌କୋ ଆସେଟ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ବିରାଜ ଗାନ୍ଧୀ କହିଛନ୍ତି, ଭାରତର ପ୍ରଥମ ପ୍ରତ୍ୟକ୍ଷ ଭାବେ ପରିଚାଳିତ ମୋମେଣ୍ଟମ ଫଣ୍ଡ୍‌ ଭାବେ ସାମ୍‌କୋ ଆକ୍ଟିଭ୍‌ ମୋମେଣ୍ଟମ୍‌ ଫଣ୍ଡ୍‌ର ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ବିଶ୍ୱାସ ରହିଛି ଯେ ମୋମେଣ୍ଟମ୍‌ ନିବେଶରୁ ଲାଭ ପାଇବାକୁ ଚାହୁଁଥିବା ନିବେଶକମାନଙ୍କୁ ଏହି ଫଣ୍ଡ୍‌ ନୂଆ ମାର୍ଗ ପ୍ରଦାନ କରିବ।

Share