Categories: ବାଣିଜ୍ୟ

ସାମ୍‌ସଙ୍ଗ୍‌ର କ୍ୟୁଏଲ୍‌ଇଡି ଟିଭିର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଟେଲିଭିଜନ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ୨୦୨୩ ନିଓ କ୍ୟୁଏଲ୍‌ଇଡି ଟିଭି ସିରିଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୫୦ ଇଞ୍ଚରୁ ୯୮ ଇଞ୍ଚ ସାଇଜ ବର୍ଗରେ ସାମ୍‌ସଙ୍ଗ୍‌ ଅଲ୍‌ଟ୍ରା ପ୍ରିମିୟମ ୨୦୨୩ ନିଓ କ୍ୟୁଏଲ୍‌ଇଡି ୮କେ ଟିଭି ଏବଂ ନିଓ କ୍ୟୁଏଲ୍‌ଇଡି ୪କେ ଟିଭିର ବଜାର ପ୍ରବେଶ ମଧ୍ୟ କରାଯାଇଛିା ଏ ସମ୍ପର୍କରେ ସାମ୍‌ସଙ୍ଗ୍‌ ସାଉଥୱେଷ୍ଟ ଏସିଆର ଅଧ୍ୟକ୍ଷ ଓ ସିଇଓ ଜେ.ବି. ପାର୍କ କହିଛନ୍ତି, ୨୦୨୩ରେ ଆମେ ଉପଭୋକ୍ତାଙ୍କୁ କେବଳ ପ୍ରିମିୟମ ପିକ୍ଚର କ୍ୱାଲିଟି ନୁହେଁ ବରଂ ସେମାନେ ନିଜର କନେକ୍ଟେଡ୍‌ ଘର ପାଇଁ ଆବଶ୍ୟକ କରୁଥିବା ପ୍ରିମିୟମ ଡିଜାଇନ ଯୋଗାଇଦେବୁ। ସେହିଭଳି ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ଉଦ୍ଭାବନ ପ୍ରତିବନ୍ଧକଗୁଡିକୁ ମଧ୍ୟ ହଟାଇଛୁ। ଏପରିକି ଆମର ନୂଆ ନିଓ କ୍ୟୁଏଲ୍‌ଇଡି ଟିଭିଗୁଡିକ ପୂର୍ବାପେକ୍ଷା ଅଧିକ ଉତ୍କୃଷ୍ଟ ରହିଛି। ବିଶେଷକରି ଏକ ବିଶାଳ ସ୍କ୍ରିନ୍‌, ୮କେ ରିଜୋଲ୍ୟୁଶନ, ପରବର୍ତ୍ତୀ ସ୍ତରର ଫଟୋ ଓ ସାଉଣ୍ଡ କ୍ୱାଲିଟି ସହିତ ଆମେ ନିଶ୍ଚିତ ଯେ, ନିଓ କ୍ୟୁଏଲ୍‌ଇଡି ଟିଭିଗୁଡିକ ଭାରତରେ ପ୍ରିମିୟମ ଟିଭି ବଜାରରେ ଆମର ନେତୃତ୍ୱକୁ ଅଧିକ ସୁଦୃଢ଼ କରିବ। ଏହି ଟିଭିଗୁଡ଼ିକ ସମସ୍ତ ସାମ୍‌ସଙ୍ଗ୍‌ ରିଟେଲ ଷ୍ଟୋର, ପ୍ରମୁଖ ଉପଭୋକ୍ତା ଇଲେକ୍ଟ୍ରୋନିକ ଷ୍ଟୋର ଏବଂ ସମସ୍ତ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ସମେତ ସାମ୍‌ସଙ୍ଗ୍‌ ଶପ୍‌ରେ ଉପଲବ୍ଧ । ମେ’ ୨୫ ତାରିଖ ୨୦୨୩ ସୁଦ୍ଧା ନିଓ କ୍ୟୁଏଲ୍‌ଇଡି ଟିଭି କ୍ରୟ କରୁଥିବା ଗ୍ରାହକମାନେ ବଛାବଛା ନିଓ କ୍ୟୁଏଲ୍‌ଇଡି ୮କେ ଟିଭି ସହିତ ୯୯,୯୯୦ ଟଙ୍କା ମୂଲ୍ୟର ଏକ ମାଗଣା ସାମ୍‌ସଙ୍ଗ୍‌ ସାଉଣ୍ଡବାର୍‌ ଏଚ୍‌ଡବ୍ଲ୍ୟୁ-କ୍ୟୁ୯୯୦ ଏବଂ ନିଓ କ୍ୟୁଏଲ୍‌ଇଡି ୪କେ ଟିଭି ସହିତ ୪୪,୯୯୦ଟଙ୍କା ମୂଲ୍ୟର ସାମ୍‌ସଙ୍ଗ୍‌ ସାଉଣ୍ଡବାର୍‌ ଏଚ୍‌ଡବ୍ଲ୍ୟୁ- କ୍ୟୁ୮୦୦ ମାଗଣାରେ ପାଇପାରିବେ । ଉଲ୍ଲେଖଯୋଗ୍ୟ, ନିଓ କ୍ୟୁଏଲ୍‌ଇଡି ୮କେ ଟିଭିର ମୂଲ୍ୟ ୩,୧୪,୯୯୦ଟଙ୍କାରୁ ଆରମ୍ଭ ହେଉଥିବାବେଳେ ନିଓ କ୍ୟୁଏଲ୍‌ଇଡି ୪କେ ଟିଭିର ମୂଲ୍ୟ ୧,୪୧,୯୯୦ଟଙ୍କାରୁ ଆରମ୍ଭ ହେଉଛି ।

Share