ନୂଆଦିଲ୍ଲୀ,୨୩।୨: ଏସ୍ବିଆଇ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ଏସ୍ବିଆଇ ଡିଭିଡେଣ୍ଡ ୟିଲ୍ଡ ଫଣ୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଏକ ଓପନ ଏଣ୍ଡେଡ୍ ଇକ୍ୟୁଟି ଯୋଜନା, ଯାହା ମୁଖ୍ୟତଃ ଡିଭିଡେଣ୍ଡ ଆୟକାରୀ କମ୍ପାନୀଗୁଡ଼ିକର ଇକ୍ୟୁଟି ସମ୍ପର୍କିତ ଇନ୍ଷ୍ଟ୍ରୁମେଣ୍ଟ ଏବଂ ସୁବିଭକ୍ତ ଇକ୍ୟୁଟି ପୋର୍ଟଫୋଲିଓରେ ନିବେଶ କରିଥାଏ। ଏପରିକି ଅଫର ସହ ଏହି ଫଣ୍ଡ ୨୦୨୩ ଫେବୃୟାରୀ ୨୦ରୁ ଖୋଲି ୨୦୨୩ ମାର୍ଚ୍ଚ ୬ରେ ବନ୍ଦ ହେବ। ଏ ସମ୍ପର୍କରେ ଏସ୍ବିଆଇ ମ୍ୟୁଚୁଆଲ ଫଣ୍ଡର ଏମ୍ଡି ଏବଂ ସିଇଓ ସମସେର ସିଂ କହିଛନ୍ତି, ଏହି ଫଣ୍ଡ ନିବେଶକମାନଙ୍କୁ ଉଚ୍ଚ ଏବଂ ବୃଦ୍ଧି ପାଉଥିବା ଡିଭିଡେଣ୍ଡ ଆୟକାରୀ କମ୍ପାନୀଗୁଡ଼ିକର ବିବିଧତାର ମିଶ୍ରଣରେ ନିବେଶ କରିବାରୁ ସୁଯୋଗ ପ୍ରଦାନ କରିଥାଏ ା ଦେଶରେ ବୃହତମ ଫଣ୍ଡ ହାଉସ ଭାବେ ପରିଗଣିତ ହେଉଛି।