Categories: ବାଣିଜ୍ୟ

ଏସ୍‌ବିଆଇ ମୋବାଇଲ ମେଡିକାଲ ୟୁନିଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୬।୧: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ସାମାଜିକ ପ୍ରତିଷ୍ଠାନ ଷ୍ଟେଟ୍‌ ବ୍ୟାଙ୍କ ଫାଉଣ୍ଡେଶନ ପକ୍ଷରୁ ଏକ ମୋବାଇଲ ମେଡିକାଲ ୟୁନିଟ୍‌ ‘ଏସ୍‌ବିଆଇ ସଞ୍ଜୀବନୀ’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟେଟ୍‌ ବ୍ୟାଙ୍କ ଫାଉଣ୍ଡେଶନର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ପ୍ରକାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ (ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଲୋକାର୍ପିତ) କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବ୍ୟାଙ୍କ (ଏସ୍‌ବିଆଇ)ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଉକ୍ତ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଯାନକୁ ‘ଗ୍ରାମ ବିକାଶ’ନାମକ ଏକ ସାମାଜିକ ଅନୁଷ୍ଠାନକୁ ପ୍ରଦାନ କରାଯାଇଛି। ବିଶେଷକରି ଗ୍ରାମ ସେବା କାର୍ଯ୍ୟକ୍ରମ ପାଳନ ସକାଶେ ମୋବାଇଲ ମେଡିକାଲ ୟୁନିଟ୍‌ ଗ୍ରାମ ବିକାଶ ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ଆରମ୍ଭ କରାଯାଇଛି। ଅପରପକ୍ଷରେ ଫାଉଣ୍ଡେଶନର ‘ଏସ୍‌ବିଆଇ ସଞ୍ଜୀବନୀ’ ପଦକ୍ଷେପ କଳାହାଣ୍ଡି ଜିଲା ଗ୍ରାମାଞ୍ଚଳର ଦ୍ୱାରଦେଶରେ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି।

ସେହିପରି ମୋବାଇଲ ମେଡିକାଲ ୟୁନିଟ୍‌ରେ ଅତ୍ୟାବଶ୍ୟକ ଚିକିତ୍ସା ସମ୍ବନ୍ଧୀୟ ଉପକରଣ ସହିତ ଯୋଗ୍ୟ ନର୍ସ ଏବଂ ସପୋର୍ଟ ଷ୍ଟାଫ୍‌ମାନଙ୍କୁ ନେଇ ଏକ ଉତ୍ସର୍ଗୀକୃତ ମେଡିକାଲ ଟିମ୍‌ ଉକ୍ତ ୟୁନିଟ୍‌ରେ ରହିବ। ଏପରିକି ନିୟମିତ ବ୍ୟବଧାନରେ ଉକ୍ତ ୟୁନିଟ୍‌ ଦୁର୍ଗମ ଗ୍ରାମରେ ପହଞ୍ଚିବ ଏବଂ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଶିବିର ମାନ ଆୟୋଜନ କରିବ ବୋଲି ଫାଉଣ୍ଡେଶନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

Share