Categories: ବାଣିଜ୍ୟ

ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୧୨।୭: ଭାରତର ଅଗ୍ରଣୀ ଫାସ୍‌ଟାଗ୍‌ ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଏବଂ ପାର୍କ+ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଫାସ୍‌୍‌ଟାଗ୍‌ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନକୁ ସକ୍ଷମ କରିବା ପାଇଁ ଉକ୍ତ ସହଭାଗିତା ହୋଇଛି। ଏପରିକି ଫାସ୍‌୍‌ଟାଗ୍‌ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନ ଏୟାରପୋର୍ଟ ପାର୍କିଂରେ ଅଟୋମାଟିକ୍‌ କ୍ୟାଶଲେସ ପେମେଣ୍ଟକୁ ସକ୍ଷମ କରିବା ସହ ପାର୍କିଂ ଜୋନ୍‌ରେ ଯାନଗୁଡିକର ଯାତାୟାତକୁ ବାଧାମୁକ୍ତ ଓ ସମୟ ସାପେକ୍ଷ କରୁଛି। ଏଭଳି ଏକ ସ୍ମାର୍ଟ ସଲ୍ୟୁଶନ ସହ ପାର୍କିଂ ଫି’ ଯାନ ସହ ଜଡିତ ବୈଧ ଫାସ୍‌୍‌ଟାଗ୍‌ ମାଧ୍ୟମରେ କଟାଯାଇଥାଏ। ଦେଶବ୍ୟାପୀ ପ୍ରମୁଖ ପାର୍କିଂ ସ୍ଥାନଗୁଡିକରେ ସମୟ ଅତିବାହିତ କରାଯାଉଥିବା ବେଳେ ଏହା ଜରିଆରେ ସମୟକୁ ହ୍ରାସକରି ପେମେଣ୍ଟ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ଅନ୍ୟ ସହରର ଏୟାରପୋର୍ଟଗୁଡିକରେ ମଧ୍ୟ ଉଭୟ ସଂସ୍ଥା ଏହି ସେବା ଉପଲବ୍ଧ କରିବେ। ଏ ସମ୍ପର୍କରେ ଏପିବିର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଶ ଅନନ୍ତ ନାରାୟଣନ୍‌ କହିଛନ୍ତି, ଆମେ ଆମର ଗ୍ରାହକଙ୍କୁ ଏକ ସରଳ ସୁରକ୍ଷିତ ଓ ବାଧାହୀନ ପେମେଣ୍ଟ ଅନୁଭୂତି ଦେବା ପାଇଁ ଲକ୍ଷ୍ୟ ରଖିଛୁ। ବିଶେଷ କରି ଭୁବନେଶ୍ୱର ଏୟାରପୋର୍ଟରେ ଫାସ୍‌୍‌ଟାଗ୍‌୍‌ ଆଧାରିତ ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ କରିବା ପାଇଁ ପାର୍କ+ସହିତ ସହଭାଗିତା କରି ଆମେ ବେଶ୍‌ ଆନନ୍ଦିତ। ଏୟାରପୋର୍ଟ ପାର୍କିଂ ସ୍ଥାନଗୁଡିକରେ ବଢୁଥିବା ଭିଡ ମଧ୍ୟରେ ଅନେକ ସମୟ ବଞ୍ଚାଇବାରେ ଏହା ସାହାଯ୍ୟ କରିବ ଏବଂ ଯାତାୟତ ଅନୁଭୂତିକୁ ସୁଗମ କରିବାରେ ମଧ୍ୟ ସହଯୋଗ କରିବ।

Share