Categories: ବାଣିଜ୍ୟ

ୱି ପକ୍ଷରୁ ସୁପର ଡାଟା ପ୍ୟାକ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୬।୭: ଦେଶର ପ୍ରମୁଖ ଟେଲିକମ୍‌ ଅପରେଟର ୱି ପକ୍ଷରୁ ସୁପର ଡାଟା ପ୍ୟାକ୍‌ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକଙ୍କ ଡାଟାର ସ୍ବତନ୍ତ୍ର ଆବଶ୍ୟକତା ପୂରଣ କରିବା ଲାଗି ଘଣ୍ଟା ପିଛା ଓ ଦୈନିକ ବ୍ୟବହାର ପାଇଁ ସୁପର ଡାଟା ପ୍ୟାକ୍‌ର ଶୁଭାରମ୍ଭ କରାଯାଇଛି। ଏପରିକି ଗ୍ରାହକମାନେ ବ୍ୟବହାର କରୁଥିବା ଡାଟାର ପରିମାଣ ବଢ଼ିବାରେ ଲାଗିଛି। ତାହାକୁ ଦୃଷ୍ଟିରେ ରଖି ୱି ପକ୍ଷରୁ ଦୁଇଟି ସ୍ବତନ୍ତ୍ର ସାସେ ଡାଟା ପ୍ୟାକ୍‌ ସୁପର ଆୱାର ଓ ସୁପର ଡେ’ର ଶୁଭାରମ୍ଭ କରାଯାଇଛି। ୱିର ସୁପର ଆୱାର ଡାଟା ପ୍ୟାକ୍‌ର ମୂଲ୍ୟ ୨୪ ଟଙ୍କା ରହିଥିବା ବେଳେ ସେଥିରେ ୬୦ ମିନିଟ୍‌ ପାଇଁ ଅସୀମିତ ଡାଟା ମିଳିବ। ସେହିପରି ସୁପର ଡେ’ ପ୍ୟାକ୍‌ର ମୂଲ୍ୟ ୪୯ଟଙ୍କା ଥିବା ବେଳେ ସେଥିରେ ୨୪ ଘଣ୍ଟା ପାଇଁ ୬ ଜିବି ଡାଟା ମିଳିବ। ଅଧିକ ଡାଟା ବ୍ୟବହାର କରୁଥିବା ଯୁବପିଢିଙ୍କୁ ଦୃଷ୍ଟିରେ ରଖି ଏହି ସାସେ ଡାଟା ପ୍ୟାକ୍‌ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି।

Share