Categories: ବାଣିଜ୍ୟ

ଟାଲି ପ୍ରାଇମ୍‌ ୪.୦ ର ଶୁଭାରମ୍ଭ

ଭୁବନେଶ୍ୱର,୧୫।୧୨:ଟାଲି ସଲ୍ୟୁଶନ୍ସ ପକ୍ଷରୁ ଟାଲି ପ୍ରାଇମ୍‌ ୪.୦ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ଆବଶ୍ୟକତା ପୂରଣ କରିବା ତଥା ବ୍ୟବସାୟୀ ଓ ବ୍ୟବହାରକାରୀମାନଙ୍କୁ ଅତୁଳନୀୟ ଏବଂ ଉନ୍ନତ ଅନୁଭୂତି ପ୍ରଦାନ ପାଇଁ ଉକ୍ତ ସୁବିଧାର ଶୁଭାରମ୍ଭ କରାଯାଇଛି। ଏପରିକି ଉକ୍ତ ସୁବିଧା ଦ୍ୱାରା କମ୍ପାନୀ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ବାର୍ଷିକ ୪୦% ଅଭିବୃଦ୍ଧି ଓ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷରେ ଟାଲି ପ୍ରାଇମ୍‌ ୪.୦ରେ ଶକ୍ତିଶାଳୀ ଡ୍ୟାସ୍‌ବୋର୍ଡ, ଏମ୍‌ଏସ୍‌ ଏକ୍ସେଲ ଓ ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ରୁ ତଥ୍ୟ ଆହରଣ କରିବା ଭଳି ସୁବିଧା ସୁଯୋଗ ରହିଛି, ଯାହା ବ୍ୟବସାୟ ଅନୁଭୂତିକୁ ଆହୁରି ଉଚ୍ଚସ୍ତରକୁ ନେବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରଯାଇଛି।
ଏ ସମ୍ପର୍କରେ ଟ୍ୟାଲି ସଲ୍ୟୁଶନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପୂର୍ବାଞ୍ଚଳ ମହାପ୍ରବନ୍ଧକ ଅର୍ଚ୍ଚନ ମୁଖାର୍ଜୀ କହିଛନ୍ତି, ଗତ କିଛି ବର୍ଷ ତଳେ ଟାଲିପ୍ରାଇମ୍‌ର ଶୁଭାରମ୍ଭ ସହ ଆମେ ଏସ୍‌ଏମ୍‌ଇ ବ୍ୟବସାୟକୁ ସରଳ ଓ ପେସାଦାର କରିବା ଉପରେ ଗୁରୁତ୍ୱ ଦେଇ ଶକ୍ତିଶାଳୀ ବ୍ୟବସାୟ ପରିଚାଳନା ଅଭିଜ୍ଞତା ଆଣିବା ଦିଗରେ କ୍ରମାଗତ ଭାବେ କାର୍ଯ୍ୟ କରୁଛୁ। ଟାଲି ପ୍ରାଇମ୍‌ ୪.୦ ସହ ଗ୍ରାହକଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ବ୍ୟବସାୟ ମାଲିକମାନଙ୍କୁ ଅଧିକ ପେସାଦାର ଏବଂ ଦକ୍ଷତାର ସହ ସେମାନଙ୍କ ବ୍ୟବସାୟ ପରିଚାଳନା କରିବାରେ ସାହାଯ୍ୟ କରିବା ଉପରେ ଆମର ଧ୍ୟାନ ରହିଛି। ଏହି ଶୁଭାରମ୍ଭ ବ୍ୟବସାୟ ପରିଚାଳନାକୁ ସୁବ୍ୟବସ୍ଥିତ ଏବଂ ଡାଟା ସହ ନିରବଚ୍ଛିନ୍ନ ଭାବ ବିନିମୟକୁ ସୁଗମ କରିବ। ସହଜ ଏବଂ ଶକ୍ତିଶାଳୀ ଡ୍ୟାସ୍‌ବୋର୍ଡ ପ୍ରଚଳନ ଦ୍ୱାରା ଟେଲିର ଦୃଢ଼ ରିପୋର୍ଟିଂ ଇଞ୍ଜିନ୍‌, ବିଜ୍‌ନେସ୍‌ ହ୍ବାଟ୍ସଆପ୍‌ ଯୋଗାଯୋଗ ଏବଂ ଏକ୍ସେଲ ସିଟ୍‌ର ଡାଟାକୁ ସହଜରେ ଅନ୍ତର୍ଭୁକ୍ତକରି ଗ୍ରାହକମାନଙ୍କୁ ସେମାନଙ୍କ ବ୍ୟବସାୟ ଚଳାଇବା ଏବଂ ବୃଦ୍ଧି କରିବାରେ ସକ୍ଷମ କରିବ।

Share