Categories: ଜାତୀୟ

ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ, ୨୬।୯: ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ହରଦୀପ୍‌ ସିଂ ପୁରି ସୋମବାର ଇଣ୍ଡିଆ ଗେଟ୍‌ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍‌ଜାନଚାଳିତ ବସ୍‌ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସରକାର ନୂତନ ପିଢ଼ିର ସବୁଜ ଯାନ ଚଳାଚଳ ଲାଗି ମିଶନ ମୋଡ୍‌ରେ କାର୍ଯ୍ୟ କରୁଛନ୍ତି। ସବୁଜ ଶକ୍ତିର ଉପକାରିତା ଉପରେ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି, ଏହା ଦେଶର ଆମଦାନୀ ବିଲ୍‌କୁ କମାଇବାରେ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ପେଟ୍ରୋଲିୟମ୍‌ ଓ ପ୍ରକୃତିକ ଗ୍ୟାସ୍‌ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି, ଏହି ବସ୍‌ଗୁଡ଼ିକ ୨୦୭୦ ସୁଦ୍ଧା ଭାରତର ଶୂନ୍ୟ ଆଙ୍ଗରକ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏକ ସକରାତ୍ମକ ଯୋଗଦାନ ଦେବ। ଇଣ୍ଡିଆନ୍‌ ଅଏଲ୍‌ ଅଧ୍ୟକ୍ଷ ଶ୍ରୀକାନ୍ତ ମାଧବ ବୈଦ୍ୟ କହିଛନ୍ତି, ଚଳିତ ବର୍ଷ ଶେଷ ଆଡ଼କୁ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଏହିଭଳି ୧୩ଟି ଅଧିକ ବସ୍‌ ଚଳାଚଳ କରିବ।

Share