Categories: ବାଣିଜ୍ୟ

‘ଦି ଗ୍ରାଣ୍ଡ୍‌ ଅକ୍ଷୟ ତୃତୀୟା ସେଲ୍‌’ର ଶୁଭାରମ୍ଭ

ଭୁବନେଶ୍ୱର,୧୪।୪:ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଅକ୍ଷୟ ତୃତୀୟା ପାଇଁ ‘ଦି ଗ୍ରାଣ୍ଡ୍‌ ଅକ୍ଷୟ ତୃତୀୟା ସେଲ୍‌’ର ଶୁଭାରମ୍ଭ କରାଯାଇଛି। ଏପରିକି ଅକ୍ଷୟ ତୃତୀୟା ପାଇଁ ଖିମ୍‌ଜୀ ଜୁଏଲର୍ସରେ ଆକର୍ଷଣୀୟ ଅଳଙ୍କାର ସଂଗ୍ରହ ସହ ଅନେକ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ବିଶେଷକରି ସୁନା ଓ ରୁପା କିଣିବା ପାଇଁ ଅକ୍ଷୟ ତୃତୀୟା ସବୁଠାରୁ ପବିତ୍ର ଏବଂ ଶୁଭଦିନ ଭାବେ ବିବେଚନା କରାଯାଏ। ଫଳରେ ଏହି ପବିତ୍ର ପର୍ବକୁ ପାଳନ କରିବା ପାଇଁ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫରର ଘୋଷଣା କରାଯାଇଛି। ଏହି ଅଫର ୨୦୨୩ ଏପ୍ରିଲ ୩୦ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଖିମ୍‌ଜୀ ଷ୍ଟୋରରେ ଉପଲବ୍ଧ ରହିବ। ଉକ୍ତ ଅଫର ଜରିଆରେ ଗ୍ରାହକମାନେ ୧୦ଗ୍ରାମ୍‌ ଏଚ୍‌ୟୁଆଇଡି ସୁନାରେ ଫ୍ଲାଟ୍‌ ୨,୭୦୦ ଟଙ୍କାର ରିହାତି ଦିଆଯାଉଥିବା ବେଳେ ହୀରା ମୂଲ୍ୟର କେବଳ ୮୧% ଅର୍ଥ ଦେଇ କିଣିପାରିବେ ଏବଂ ରୁପା ଜିନିଷର ଗଢ଼ା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇପାରିବେ।
ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଚଳିତ ବର୍ଷର ଅକ୍ଷୟ ତୃତୀୟାରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ସୁବିଧା ସହ ଅଫର ଓ ରିହାତି ଦିଆଯାଉଛି। ବିଶେଷକରି ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ଏବଂ ସମୃଦ୍ଧତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ଏପରିକି ଆମର ‘ଦି ଗ୍ରାଣ୍ଡ୍‌ ଅକ୍ଷୟ ତୃତୀୟା ସେଲ୍‌’ରୁ ଗ୍ରାହକମାନେ ଅଧିକରୁ ଅଧିକ ଲାଭ ଉଠାଇବା ସହ ଘରକୁ ସୁଖ ଏବଂ ସମୃଦ୍ଧତାର ଉତ୍ସାହ ନେବାର ସୁଯୋଗ ଦେଉଛୁ। ସେହିଭଳି ଆମର ସମସ୍ତ ମୂଲ୍ୟବାନ୍‌ ଗ୍ରାହକଙ୍କୁ ସର୍ବୋତ୍ତମ ଅଳଙ୍କାର ଯୋଗାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଭବିଷ୍ୟତରେ ସର୍ବଦା ବ୍ରାଣ୍ଡ୍‌ ବିଶ୍ୱାସ ଏବଂ ଗୁଣବତ୍ତାର ପ୍ରତିଶ୍ରୁତିକୁ ଆମେ ବଜାୟ ରଖିବୁ।

Share