Categories: ବାଣିଜ୍ୟ

ୟୁପିଆଇ ଇଣ୍ଟର ଅପରେବିଲିଟିର ଶୁଭାରମ୍ଭ

ଭୁବନେଶ୍ୱର,୨୬।୮: ଆକ୍ସିସ୍‌ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ ଅଭିନବ ସୁବିଧା ୟୁପିଆଇ ଇଣ୍ଟର ଅପରେବିଲିଟିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍‌ ମୁଦ୍ରା (ସିବିଡିସି) ଆପ୍‌ ଜରିଆରେ ବିକଶିତ ଆକ୍ସିସ୍‌ ମୋବାଇଲ୍‌ ଡିଜିଟାଲ ରୁପିରେ ୟୁପିଆଇ ଇଣ୍ଟର ଅପରେବିଲିଟି କାର୍ଯ୍ୟକାରୀ ହୋଇଛି। ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଚଳିତ ସିବିଡିସି ଅଭିଯାନର ଏକ ଅଂଶ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ରାଜୀବ ଆନନ୍ଦ କହିଛନ୍ତି, ବହୁ ସଂଖ୍ୟକ ଅଭିନବ ପ୍ରଯୁକ୍ତି କ୍ଷେତ୍ରରେ ନୂତନତ୍ୱକୁ ଗ୍ରହଣ କରିବା ସହିତ ଅଗ୍ରଦୂତ ଭାବେ ଆମେ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ସହାୟକ ହେଉଥିବା ସମାଧାନ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛୁ। ବିଶେଷକରି ଡିଜିଟାଲ ରୁପି ଓ ୟୁପିଆଇ ଇଣ୍ଟର ଅପରେବିଲିଟିର ଏହି ମହତ୍ତ୍ୱପୂର୍ଣ୍ଣ ସୁବିଧାକୁ ଆରମ୍ଭ କରାଯାଇଥିବାରୁ ସାରା ଦେଶରେ ଡିଜିଟାଲ ରୁପିର ଗ୍ରହଣୀୟତାକୁ ଏହା ବ୍ୟାପକ କରିବ। ସେହିଭଳି ଡିଜିଟାଲ୍‌ ରୁପିର ସୁରକ୍ଷା ଓ ଗତି ସହ ଲୋକଙ୍କ ପାଖରେ ବ୍ୟାପକ ଭାବେ ପହଞ୍ଚତ୍ବା ଏବଂ ୟୁପିଆଇରେ ବ୍ୟବହାର ଅନୁକୂଳ ହୋଇଥିବାରୁ ଉଭୟ ଗ୍ରାହକ ଓ ବ୍ୟବସାୟୀ ଏହାର ଲାଭ ପାଇପାରିବେ। ସେହିପରି ଆକ୍ସିସ୍‌ ମୋବାଇଲ୍‌ ଡିଜିଟାଲ୍‌ ରୁପି ଆପ୍‌ରେ ୟୁପିଆଇ ଇଣ୍ଟର ଅପରେବିଲିଟି ସୁବିଧା ପ୍ରାରମ୍ଭିକ ପର୍ଯ୍ୟାୟରେ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କଠାରୁ ଆରମ୍ଭହେବ ଏବଂ ଆଗାମୀ ଦିନରେ ତାହା ସବୁ ଡିଜିଟାଲ୍‌ ରୁପି ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଅପରପକ୍ଷରେ ପରୀକ୍ଷଣ ହେଉଥିବା ୨୬ଟି ସହରର ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ ହେବ।

Share