ଭର୍ଚୁଆଲ୍‌ ଇଣ୍ଟରଲାଇନ୍‌ ପ୍ଲାଟଫର୍ମର ଶୁଭାରମ୍ଭ

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପ୍ରଥମ ଭାରତୀୟ ଏୟାରଲାଇନ୍‌ ଭାବେ ଭର୍ଚୁଆଲ ଇଣ୍ଟରଲାଇନ୍‌ ପ୍ଲାଟଫର୍ମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଯାତ୍ରୀମାନେ ବୁକିଂର ବ୍ୟାପକ ବିକଳ୍ପ ପାଇପାରିବେ। ଏପରି କି ଏୟାରଲାଇନ୍‌ର ୱେବ୍‌ସାଇଟ୍‌ରେ ବିମାନ ସର୍ଚ୍ଚ କରିବା ବେଳେ ଗ୍ରାହକମାନେ ନୂଆ ପ୍ଲାଟଫର୍ମ ସହ ଯୋଡ଼ିହୋଇପାରିବେ, ଯାହାଦ୍ୱାରା ସେମାନେ କନେକ୍ଟିଂ ବିମାନ ବୁକିଂ କରିବା ବେଳେ ଗୋଟିଏ ପାର୍ଶ୍ୱରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଏବଂ ଅପରପକ୍ଷରୁ ସହଯୋଗୀ ଏୟାରଲାଇନ୍ସର ବିମାନ ବୁକିଂ କରିପାରିବେ। ସେହିଭଳି ଡୋହୋପ୍‌ (ଟ୍ରାଭେଲ୍‌ ସମାଧାନ ପ୍ରଯୁକ୍ତି କମ୍ପାନୀ) ସହ ସହଯୋଗିତାରେ ବିକାଶ କରାଯାଇଥିବା ଭର୍ଚୁଆଲ୍‌ ଇଣ୍ଟରଲାଇନ୍‌ ପ୍ଲାଟଫର୍ମ ‘ଏଆଇଏକ୍ସ କନେକ୍ଟ’ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସଂଯୋଗରେ ଉନ୍ନତି ଆଣି ଯାତ୍ରୀମାନଙ୍କୁ ନିଜେ ଟିକଟ ବୁକିଂ କରିବାରେ ସହାୟକ ହେବ। ଏଥିରେ ପ୍ରଥମ ସହଯୋଗୀ ଭାବେ ସିଙ୍ଗାପୁରର ଏୟାରଲାଇନ୍‌ର ସ୍କୁଟ୍‌ ଯୋଡ଼ି ହୋଇଛି, ଯାହା ଜରିଆରେ ଯାତ୍ରୀମାନେ ଭାରତ ଓ ମଧ୍ୟପ୍ରାଚ୍ୟରୁ ବିଶ୍ୱର ୬୦ଟି ଅନ୍ତର୍ଜାତୀୟ ସ୍ଥାନକୁ ବୁକିଂ କରିପାରିବେ।
ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖ୍ୟ ବାଣିଜି୍ୟକ ଅଧିକାରୀ ଅଙ୍କୁର ଗର୍ଗ କହିଛନ୍ତି, ଏୟାର ଇଣ୍ଡିଆ ଏକ୍ସପ୍ରେସ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ନିଜର ଉପସ୍ଥିତି ମଜଭୁତ କରୁଥିବାବେଳେ ଆମେ ପୂର୍ବ ଏବଂ ପଶ୍ଚିମକୁ ନିରବଚ୍ଛିନ୍ନ ଯୋଗାଯୋଗ ସହିତ ନୂତନ ଗନ୍ତବ୍ୟସ୍ଥଳଗୁଡିକୁ ଯୋଡ଼ିବା ପାଇଁ ଭର୍ଚୁଆଲ ଇଣ୍ଟରଲାଇନ ସହଯୋଗିତାକୁ ଉପଯୋଗ କରୁଛୁ। ଏପରିକି ଆମେ ଏହି ପ୍ଲାଟଫର୍ମରେ ଆମର ପ୍ରଥମ ଏୟାରଲାଇନ୍ସ ପାର୍ଟନର ଭାବେ ସ୍କୁଟ୍‌କୁ ସ୍ବାଗତ କରୁଛୁ ଏବଂ ଅଧିକ ଏୟାରଲାଇନ୍ସ ଚଳାଚଳ କରିବାକୁ ଚାହୁଁଛୁ, ଆଭ୍ୟନ୍ତରୀଣ ପର୍ଯ୍ୟଟନକୁ ବୃଦ୍ଧି କରିବ।
ଏହି ଭର୍ଚୁଆଲ ପ୍ଲାଟଫର୍ମରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଦ୍‌ଘାଟନୀ ଇଣ୍ଟରଲାଇନ ପାର୍ଟନର ହୋଇ ଆମେ ଗର୍ବ ଅନୁଭବ କରୁଛୁ। ଏହି ସହଯୋଗିତା କେବଳ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ ନାହିଁ, ବରଂ ଭାରତୀୟ ଯାତ୍ରୀମାନଙ୍କୁ ସିଙ୍ଗାପୁର ଏବଂ ଏହା ବାହାରେ ଅଧିକ ବିମାନ ବିକଳ୍ପ ମଧ୍ୟ ପ୍ରଦାନ କରିବ। ଏପରିକି ଗ୍ରାହକଙ୍କୁ ଆମର ବିସ୍ତୃତ ନେଟୱର୍କ ମଧ୍ୟରେ ଆରାମଦାୟକ ଏବଂ ନିରବଚ୍ଛିନ୍ନ ଯାତ୍ରା ପ୍ରଦାନ କରିବାକୁ ସ୍କୁଟ୍‌ ପ୍ରତିଶ୍ରୁତିବଦ୍ଧ ବୋଲି ସ୍କୁଟ୍‌ର ମୁଖ୍ୟ ବାଣିଜି୍ୟକ ଅଧିକାରୀ କେଲଭିନ ଚାନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri