ନୂଆଦିଲ୍ଲୀ,୧।୮ : ଭାରତ ବଜାରରେ କୋ ମୋବାଇଲ ଆପ୍ ଲଞ୍ଚ ହୋଇଛି। ଏହା ଘରୋଇ ବଜାରରେ ବିକଶିତ ହୋଇଛି। ଏଥିରେ ଟୁଇଟର ଭଳି ସୁବିଧା ଉପଲବ୍ଧ ହେବ। ନୂଆ ଆପ୍ଟି ଟୁଇଟରକୁ ଟକ୍କର ଦେବ ବୋଲି କୁହାଯାଉଛି। ନିଜ ଭାଷାରେ ନିଜର ଚିନ୍ତାଧାରା ବ୍ୟକ୍ତ କରିବାରେ ଏହା ଲୋକଙ୍କୁ ସୁବିଧା ଦେବ। ଏହି ଆପ୍ରେ ରହିଥିବା ଫିଚର ଟୁଇଟର ସହ ପ୍ରାୟତଃ ମେଳ ଖାଉଥିବା କୁହାଯାଇଛି। ଏହାବାଦ ଅନ୍ୟ ଜଣେ କରିଥିବା ପୋଷ୍ଟରେ କମେଣ୍ଟ କରିବା ସହ ତାଙ୍କୁ କଲ୍ କରିବା ସୁବିଧା ମଧ୍ୟ ଏଥିରେ ଉପଲବ୍ଧ ହେବ। ଏଥିରେ ଅଡିଓ, ଭିଡିଓ ଏବଂ ଟେକ୍ସଟ ବିକଳ୍ପ ରହିବ। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ଲାଟ୍ଫର୍ମରେ ହିନ୍ଦୀ, ତାମିଲ ଏବଂ କନ୍ନଡ ଏବଂ ତେଲୁଗୁ ଭାଷାକୁ ସାମିଲ କରିଛି। ଆଗାମୀ ଦିନରେ ମରାଠୀ, ଗୁଜରାଟୀ, ପଞ୍ଜାବୀ, ଆସାମୀ, ବଙ୍ଗଳା, ମାଲୟାଲମ ଏବଂ ଓଡ଼ିଆ ଭାଷାକୁ ମଧ୍ୟ କମ୍ପାନୀ ସାମିଲ କରିବ। ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଳାଟ୍ଫର୍ମରେ ଏହା ଆସିଛି। ଏହି ଆପ୍ ସହ ରାଜନୈତିକ ବ୍ୟକ୍ତିବିଶେଷ, ନ୍ୟୁଜ ପବ୍ଲିକେଶନ ଏବଂ ବିଭିନ୍ନ ସେଲିବ୍ରିଟି ଯୋଡିହୋଇ ସାରିଛନ୍ତି। କ୍ରିକେଟର ଅନୀଲ କୁମ୍ବଲେ, ସିନେମା ଜଗତର ରେଣୁକା ରାହାଣେ, ଆଶୁତୋଷ ରାହାଣେ, ଧର୍ମଗୁରୁ ସଦ୍ଗୁରୁ ପ୍ରମୁଖ ଉକ୍ତ ଆପ୍ ସହ ବର୍ତ୍ତମାନ ସୁଦ୍ଧା ଯୋଡି ହୋଇଛନ୍ତି।