ଭୁବନେଶ୍ୱର,୧୯ା୧୦(ବ୍ୟୁରୋ)- ରାଜ୍ୟର ବିଦ୍ୟୁତ୍ ସେବା ମୋ ସରକାର ଦ୍ୱାରା ତଦାରଖ କରାଯିବ। ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ସୁବିଧା ପାଇଁ ଅନ୍ଲାଇନ ବିଦ୍ୟୁତ ଉପଭୋକ୍ତା ସେବା ପୋର୍ଟାଲ ‘ମୋ ବିଦ୍ୟୁତ୍’ ଏବଂ ମୋବାଇଲ ଆପ୍ ଆରମ୍ଭ କରାଯାଇଛି। ଏହାକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଦ୍ୱାରା ଶୁଭାରମ୍ଭ କରିଛନ୍ତି। ଶକ୍ତି ବିଭାଗ ଦ୍ୱାରା ଏହା ଏକ ଦ୍ୱୈତଭାଷାର ଅନ୍ଲାଇନ ଗ୍ରାହକ ବିଦ୍ୟୁତ୍ ସେବା ପୋର୍ଟାଲ www.mobidyut.com. । ଏହାକୁ ୫-ଟି ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି।