Categories: ଜାତୀୟ

ଯୁଦ୍ଧଜାହାଜ ତାରାଗିରିର ଜଳାବତରଣ

ମୁମ୍ବାଇ,୧୨।୯ : ମାଜାଗାଁଓ ଡକ୍‌ ଶିପ୍‌ବିଲ୍ଡର୍ସ ଲିମିଟେଡ ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନୀଳଗିରି ଶ୍ରେଣୀର ଦ୍ରୁତଗାମୀ ଯୁଦ୍ଧଜାହାଜ ତାରାଗିରି ରବିବାର ସକାଳେ ମୁମ୍ବାଇରେ ଜଳାବତରଣ କରିଛି। ପ୍ରୋଜେକ୍ଟ ୧୭ଏର ଏହା ତୃତୀୟ ଷ୍ଟିଲ୍‌ଥ ଯୁଦ୍ଧଜାହାଜ ଯେଉଁଥିରେ କ୍ଷେପଣାସ୍ତ୍ର ମୁତୟନ କରାଯିବ। ବ୍ରିଟେନ୍‌ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ କେନ୍ଦ୍ର ସରକାର ରବିବାରକୁ ଜାତୀୟ ଶୋକ ଘୋଷଣା କରିଥିବାରୁ ଯୁଦ୍ଧଜାହାଜ ଜଳାବତରଣ ଲାଗି କୌଣସି ଉତ୍ସବର ଆୟୋଜନ କରାଯାଇ ନ ଥିଲା।

୨୦୨୫ ଅଗଷ୍ଟ ସୁଦ୍ଧା ଏହି ଯୁଦ୍ଧଜାହାଜ ନୌସେନାକୁ ହସ୍ତାନ୍ତର ହେବା ଆଶା କରାଯାଉଛି। ଭାରତୀୟ ନୌସେନାର ବ୍ୟୁରୋ ଅଫ୍‌ ନାଭାଲ ଡିଜାଇନ୍‌ ଯୁଦ୍ଧଜାହାଜର ଡିଜାଇନ ପ୍ରସ୍ତୁତ କରିଛି। ୧୪୯ ମିଟର ଦୈର୍ଘ୍ୟ ଓ ୧୭.୮ ମିଟର ପ୍ରସ୍ଥ ବିଶିଷ୍ଟ ଏହି ଯୁଦ୍ଧଜାହାଜର ଘଣ୍ଟାପ୍ରତି ବେଗ ୨୮ ନଟିକାଲ ମାଇଲରୁ ଅଧିକ।

 

Share