ବଜାରରେ ଲାଭାର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୩୦।୧୧: ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ ବା ଲାଭାର ନୂତନ ଉତ୍ପାଦ ତଥା ୟୁଭା ସିରିଜର ଅତ୍ୟାଧୁନିକ ମଡେଲ ‘ୟୁଭା-୪’ର ଅନାବରଣ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ୬,୯୯୯ ଟଙ୍କାର ଆକର୍ଷଣୀୟ ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ୟୁଭା-୪ ପାୱାର ପରଫର୍ମାନ୍ସ, ସୁନ୍ଦର ଡିଜାଇନ ଏବଂ ଏକ ଲଗ୍‌ ଫ୍ରି ଅନୁଭୂତି ପ୍ରଦାନ କରୁଛି। ନୂଆ ୟୁଭା ୪, ୪+୬୪ଜିବି ଏବଂ ୪+୧୨୮ଜିବି ଭଳି ଦୁଇଟି ଭାରିଆଣ୍ଟ ଲାଭାର ରିଟେଲ ଆଉଟଲେଟଗୁଡ଼ିକରେ ଉପଲବ୍ଧ ରହିଛି। ଲାଭା ଲାଇନ ଅପ୍‌ରେ ଏହି ସଦ୍ୟତମ ସଂଯୋଗ ୟୁଏନ୍‌ଆଇଏସ୍‌ଓସି ଟି୬୦୬ ଚିପ୍‌ ସେଟ୍‌ ଦ୍ୱାରା ପରିଚାଳିତ ଏବଂ ଏହା ତିନୋଟି ଆକର୍ଷଣୀୟ ରଙ୍ଗ ଯଥା ଗ୍ଲସି ହ୍ବାଇଟ୍‌, ଗ୍ଲସି ପର୍ପଲ୍‌ ଏବଂ ଗ୍ଲସି ବ୍ଲାକ୍‌ରେ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ର ପ୍ରଡକ୍ଟ ମୁଖ୍ୟ ସୁମିତ ସିଂହ କହିଛନ୍ତି, ୟୁଭା ସିରିଜ୍‌ ଆମର ସବୁଠାରୁ ଗତିଶୀଳ ଏବଂ ଅଭିଳଷିତ ସ୍ମାର୍ଟଫୋନ୍‌ ଭାବେ ଉଭା ହୋଇଛି, ଯାହା ଆମ ଗ୍ରାହକଙ୍କ ପାଇଁ ଏଣ୍ଟ୍ରି-ଲେଭଲ ସ୍ମାର୍ଟଫୋନ୍‌ ଅନୁଭୂତିକୁ ଉନ୍ନତ କରିବା ପାଇଁ ଡିଜାଇନ ହୋଇଛି। ଏପରିକି ନୂଆ ୟୁଭା୪, ନୂତନ ଯୁଗର ଡିଜାଇନ ଧାରଣା ଏବଂ ଉନ୍ନତ ମୂଲ୍ୟ ସହ ଏକ ନିରବଚ୍ଛିନ୍ନ ଉପଭୋକ୍ତା ଯାତ୍ରା ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri