Categories: ବାଣିଜ୍ୟ

ଲାଭି’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୭ା୯: ଦେଶର ଅଗ୍ରଣୀ ଫ୍ୟାଶନ ବ୍ରାଣ୍ଡ୍‌ ଲାଭି’ର ପ୍ରଥମ ତଥା ନୂତନ ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଭୁବନେଶ୍ୱରର କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ଏଠାରେ ସମସ୍ତ ପ୍ରକାର ଫ୍ୟାଶନ୍‌ ଆସେସୋରିଜ୍‌ ଉପଲବ୍ଧ। ଏପରିକି ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଓ ଗୁଣାତ୍ମକ ହ୍ୟାଣ୍ଡ ବ୍ୟାଗ୍‌, ସିଲିଙ୍ଗ୍‌ ବ୍ୟାଗ୍‌, ୱାଲେଟ୍‌, କ୍ଲଚ୍‌, ବ୍ୟାକ୍‌ପ୍ୟାକ୍‌, ଡଫଲ ବ୍ୟାଗ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ସୁଲଭ ମୂଲ୍ୟରେ ପାଇପାରିବେ। ଏ ସମ୍ପର୍କରେ ଲାଭିର ଶାଖା ପରିଚାଳକ ସୁମନ ଚାକି କହିଛନ୍ତି, ଭୁବନେଶ୍ୱରରେ ପ୍ରଥମ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ।

ଏପରିକି ଲାଭର ସ୍ବତନ୍ତ୍ର ହ୍ୟାଣ୍ଡବ୍ୟାଗ୍‌ ସଂଗ୍ରହକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ। ଏପରିକି ଆମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଏକ ପ୍ରିମିୟମ୍‌ ଶପିଂ ଅଭିଜ୍ଞତା ଏବଂ ସେମାନଙ୍କର ବ୍ୟକ୍ତିତ୍ୱ ବ୍ୟକ୍ତ କରିବା ପାଇଁ ଷ୍ଟାଇଲିସ୍‌ ବିକଳ୍ପଗୁଡ଼ିକର ଏକ ବିସ୍ତୃତ ଧାରା ଯୋଗାଇବ। ସେହିପରି ଲାଭିର ଫ୍ରାଞ୍ଚାଇଜ୍‌ ମାଲିକ ରାଜଲକ୍ଷ୍ମୀ ସାହୁ କହିଛନ୍ତି, ଭୁବନେଶ୍ୱରର ଲୋକଙ୍କୁ ଆମର ନୂତନ ଷ୍ଟୋରକୁ ସ୍ବାଗତ କରୁଛୁ।

ଏପରିକି ଗ୍ରାଣ୍ଡ୍‌ ଉଦ୍‌ଘାଟନୀ ଉସତ୍ବରେ ସ୍ବତନ୍ତ୍ର ରିହାତି, ଉତ୍ସାହଜନକ ଉପହାର ମଧ୍ୟ ପ୍ରତି କ୍ରୟ ଉପରେ ଉପଲବ୍ଧ। ଉଲ୍ଲେଖଯୋଗ୍ୟ, ଉକତ୍ଳ କନିକା ଗ୍ୟାଲେରିଆ ମଲ୍‌ର ୨ୟ ମହଲାରେ ଲାଭିର ପ୍ରଥମ ଏକ୍ସକ୍ଲୁସିଭ୍‌ ଷ୍ଟୋର ପରିଦର୍ଶନ କରନ୍ତୁ। ଉକ୍ତ କାର୍ଯ୍ୟକ୍ରମରେ ମଲ୍‌ର ଜିଏମ୍‌ ଦୁଲାଲ ଚନ୍ଦ୍ର ସାହୁଙ୍କ ସହ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

Share