ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି ପତ୍ରିକାକୁ ରୁଦ୍ଧିମନ୍ତ କରିଛି। ଆଇଆଇଏମ୍‌ ଲକ୍ଷ୍ନୌରୁ ଏମ୍‌ବିଏ ଶିକ୍ଷାଲାଭ ପରେ ଅନନ୍ତ ନ୍ୟୁୟର୍କସ୍ଥିତ କଲମ୍ବିଆ ୟୁନିଭର୍ସିଟିରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଦେଶର ଅନ୍ୟତମ ସର୍ବାଧିକ ସମ୍ମାନାସ୍ପଦ ପ୍ରକାଶନର ସମ୍ପାଦକ ଅନନ୍ତ ଭୁବନେଶ୍ୱରରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ (ଇଜିଆଇ) ଏବଂ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି କନ୍‌କ୍ଲେଭ୍‌ ଅବସରରେ ଇଜିଆଇ ଅଧ୍ୟକ୍ଷ ଅନନ୍ତଙ୍କୁ ଭେଟି ସାମ୍ବାଦିକ, ଛାପା ଗଣମାଧ୍ୟମ ଓ ସାମ୍ବାଦିକତାର ଭବିଷ୍ୟତ ଉପରେ ଆଲୋଚନା କରିଛନ୍ତି ‘ଓଡ଼ିଶା ପୋଷ୍ଟ’ର ଅରିନ୍ଦମ୍‌ ଗାଙ୍ଗୁଲି।

କନ୍‌କ୍ଲେଭ୍‌ ସମ୍ପର୍କରେ କିଛି କୁହନ୍ତୁ?
ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆର ଉପସ୍ଥିତି ସାରା ଦେଶରେ ବ୍ୟାପକ କରିବା ସହ ଏହାକୁ ଏକ ଦିଲ୍ଲୀକୈନ୍ଦ୍ରିକ ସଂସ୍ଥା ବୋଲି ରହିଥିବା ଲୋକଙ୍କ ଧାରଣାକୁ ଦୂର କରିବା ଉଦ୍ଦେଶ୍ୟରେ ଇଜିଆଇ ଭୁବନେଶ୍ୱରରେ ଏହି କନ୍‌କ୍ଲେଭ୍‌ର ଆୟୋଜନ କରିଛି। ସମଗ୍ର ଦେଶର ସମ୍ପାଦକମାନଙ୍କ ପ୍ରତିନିଧିତ୍ୱ ହେଉଛି ସଂଗଠନର ଉଦ୍ଦେଶ୍ୟ। ଖବରଦାତାମାନଙ୍କ ଅଧିକାର ଓ ଗଣମାଧ୍ୟମର ସ୍ବାଧୀନତାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଇଜିଆଇ ଏହାର ପରିସର ବୃଦ୍ଧିକୁ ଗୁରୁତ୍ୱ ଦେଇଆସୁଛି। ବିଶେଷକରି ଆଞ୍ଚଳିକ ଗଣମାଧ୍ୟମର ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ହୃଦୟଙ୍ଗମ କରି ସେସବୁର ସମାଧାନ ଦିଗରେ ପ୍ରୟାସ କରିବା ଏହି କନ୍‌କ୍ଲେଭ୍‌ ଆୟୋଜନର ଲକ୍ଷ୍ୟ।
ଗଣମାଧ୍ୟମ ଶିଳ୍ପ ସମ୍ମୁଖୀନ ହେଉଥିବା ବଡ଼ ଆହ୍ବାନ କ’ଣ?
ସମ୍ପ୍ରତି ଆମେ ସମ୍ମୁଖୀନ ହେଉଥିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଅଭିବ୍ୟକ୍ତି ସ୍ବାଧୀନତାକୁ ଆଇନ ସଙ୍କୁଚିତ କରିଦେବା। ଖବରଦାତା ଏବଂ ଛାପା ଗଣମାଧ୍ୟମ ସଂସ୍ଥା, ଡିଜିଟାଲ ଓ ପ୍ରସାରଣ ଚ୍ୟାନେଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଜେନ୍ସିଗୁଡ଼ିକୁ ପର୍ଯ୍ୟାପ୍ତ କ୍ଷମତା ପ୍ରଦାନ କରାଯାଇଛି। ଦ୍ୱିତୀୟ ଚ୍ୟାଲେଞ୍ଜ ହେଲା ସରକାରଙ୍କୁ ପ୍ରଶ୍ନ କରୁଥିବା ସଂସ୍ଥାଗୁଡ଼ିକର ସ୍ବାଧୀନତାକୁ ସଙ୍କୁଚିତ କରୁଥିବା ସରକାରୀ ପ୍ରୋତ୍ସାହନ ଉପରେ ମିଡିଆର ଅତ୍ୟଧିକ ନିର୍ଭରଶୀଳତା। ସମ୍ପୃକ୍ତ ଗଣମାଧ୍ୟମଗୁଡ଼ିକ ବିରୋଧରେ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଆଇନର ଦୁରୁପଯୋଗ କରିବା ପ୍ରବୃତ୍ତି ବଢ଼ିବାରେ ଲାଗିଛି। ଏହା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ।
ଡିଜିଟାଲ ଉପଭୋକ୍ତାବାଦର ଦୌଡ଼ ଭିତରେ ପାରମ୍ପରିକ ଗଣମାଧ୍ୟମ କିଭଳି ଛିଡ଼ାହେବା ଉଚିତ?
ବର୍ତ୍ତମାନ ପାଠିକାପାଠକଙ୍କ ପାଇଁ ବିଭିନ୍ନ ରୂପରେ ଅନେକ ବିଷୟବସ୍ତୁ ଉପଲବ୍ଧ, ଯାହାକି ଏହାର ବିଶ୍ୱସନୀୟତାକୁ ନେଇ ଅନେକଙ୍କୁ ଚିନ୍ତାରେ ପକାଇଛି। ଏହାଦ୍ୱାରା ବାସ୍ତବ ତଥ୍ୟର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ସୂଚନା ପ୍ରଦାନପୂର୍ବକ ପ୍ରକୃତ ସାମ୍ବାଦିକତାକୁ ପ୍ରଦର୍ଶିତ କରିବା ପାଇଁ ଜଣାଶୁଣା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସକାଶେ ସୁଯୋଗ ସୃଷ୍ଟି ହୋଇଛି। କଣ୍ଟେଣ୍ଟ ଜେନେରେଶନ ପାଇଁ ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ମନଇଚ୍ଛା ପୋଷ୍ଟ କରୁଥିବା ବ୍ୟକ୍ତି ବା ସଂସ୍ଥା ଓ ଆମ ମଧ୍ୟରେ ଥିବା ପ୍ରଭେଦକୁ ଏହା ଦର୍ଶାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି...

ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହି ୪ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି...

‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ଯୋଗଦେଲେ ବିଶିଷ୍ଟ ସାମ୍ବାଦିକ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ପ୍ରେସ୍‌ କ୍ଲବ୍‌ରେ ଶନିବାର ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ...

ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୬।୧୦: ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ପ୍ରଭାବିତ ଜିଲାରେ ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ଆକାଶ ମାର୍ଗରୁ...

ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଏବେ…

ଭୁବନେଶ୍ୱର, ୨୬।୧୦(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଆଜି ୫ ଜିଲାରେ ସ୍କୁଲ ଛୁଟି:ଜାଣନ୍ତୁ କେଉଁ କେଉଁ ଜିଲା…

ଭୁବନେଶ୍ୱର,୨୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ବାତ୍ୟା ପାଇଁ ୩ଦିନ ସ୍କୁଲ ବନ୍ଦ ରହିଥିଲା। ଶନିବାର ସ୍କୁଲ ଖୋଲୁଛି। ମାତ୍ର ବର୍ଷା ଲାଗି ରହିଥିବାରୁ ରାଜ୍ୟର ୫ ଜିଲାରେ ସ୍କୁଲକୁ...

୨୯ରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୬ା୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୯ ଏବଂ ୩୦ ତାରିଖ ୨ ଦିନ ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ଦିଲ୍ଲୀଠାରେ ଆୟୋଜିତ କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri