Categories: ଜାତୀୟ

ୟୁନିଫର୍ମ ସିଭିଲ କୋଡ ଲାଗୁ ପାଇଁ ଦେଶବାସୀଙ୍କଠାରୁ ମତାମତ ଲୋଡିଲେ ଆଇନ ଆୟୋଗ…

ନୂଆଦିଲ୍ଲୀ,୧୫।୬ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ପୁଣି ଥରେ ଦେଶବାସୀଙ୍କଠାରୁ ମତାମତ ଲୋଡିଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ଜ୍ଞାନୀ ବ୍ୟକ୍ତି ତଥା ସମସ୍ତ ଧର୍ମର ପ୍ରମୁଖ ଧାର୍ମିକ ସଂଗଠନ ମାନଙ୍କୁ ମତାମତ ଦେବାକୁ କୁହାଯାଇଛି। ଆଇନ ଆୟୋଗ କହିଛନ୍ତି ୨୨ ତମ ଆଇନ ଆୟୋଗ ପୁନର୍ବାର ୟୁସିସି ସମ୍ବନ୍ଧରେ ସ୍ବୀକୃତିପ୍ରାପ୍ତ ଧାର୍ମିକ ସଂଗଠନର ମତାମତ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଏଥିରେ ଆଗ୍ରହୀ ଏବଂ ସେମାନଙ୍କ ମତାମତ ଦେବାକୁ ଚାହୁଁଛନ୍ତି ସେମାନେ ସେମାନଙ୍କ ମତାମତ ଦେଇପାରିବେ ବୋଲି ଆୟୋଗ କହିଛନ୍ତି।

ଆଇନ ଆୟୋଗ କହିଛନ୍ତି ଯେଉଁମାନେ ଏହି ପ୍ରସଙ୍ଗରେ ନିଜର ମତାମତ ଦେବାକୁ ଚାହୁଁଛନ୍ତି, ସେମାନେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ୩୦ ଦିନ ମଧ୍ୟରେ ସମ୍ପୃକ୍ତ ଲିଙ୍କ ଉପରେ ନିଜର ମତାମତ ପଠାଇ ପାରିବେ। ଏହା ସହିତ ସଦସ୍ୟଙ୍କ ସଚିବଙ୍କ ଇମେଲ ଜରିଆରେ ଏହି ମତାମତ ଭାରତ ସରକାରଙ୍କ ଆଇନ ଆୟୋଗକୁ ମଧ୍ୟ ପଠାଯାଇପାରିବ।

Share