ପାକିସ୍ତାନକୁ ଫେରିଲେ ଗିରଫ ହେବେ ନୱାଜ ଶରିଫ! ଜବାବ ଦେଲେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୪।୯: ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱର-ଉଲ ହକ କକର କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଦେଶକୁ ଫେରିବା ପରେ ତାଙ୍କୁ ଗିରଫ କରାଯିବ କି ନାହିଁ ତାହା ଆଇନ ପ୍ରଣୟନକାରୀ ସଂସ୍ଥା ନିଷ୍ପତ୍ତି ନେବେ। ପିଏମ୍‌ଏଲ-ଏନ୍‌ ସୁପ୍ରିମୋ ଯଦି ପାକିସ୍ତାନକୁ ଫେରିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ନାହିଁ ବୋଲି ନିକଟରେ ଏକ ସାକ୍ଷାତକାରରେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କକରଙ୍କୁ ପଚରାଯାଇଥିଲା। ଯାହାର ଉତ୍ତରରେ ସେ ଏହି ଟିପ୍ପଣୀ ଦେଇଛନ୍ତି।

ଫେବୟାରୀ ୨୦୨୦ରେ ନୱାଜ ଶରିଫଙ୍କୁ ପଳାତକ ଘୋଷିତ କରାଯାଇଥିଲା। ସେହିବର୍ଷ ପରେ, ଏକ ଉତ୍ତରଦାୟିତ୍ୱ କୋର୍ଟ ତାଙ୍କୁ ତୋଶାଖାନା ମାମଲାରେ ଦୋଷୀ ଘୋଷଣା କରିଥିଲେ। ଯେତେବେଳେ କକରଙ୍କୁ ପଚରାଯାଇଥିଲା ଯେ ନୱାଜ ଫେରିବା ପରେ ଗିରଫ ହେବେ କି ନାହିଁ ଏହା ଉପରେ ସେ କହିଛନ୍ତି, ଆଇନ ପ୍ରଣୟନକାରୀ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ। ଯଦି ସେମାନେ ଅନୁଭବ କରନ୍ତି ଯେ ନୱାଜଙ୍କୁ ଗିରଫ କରାଯିବା ଉଚିତ୍‌ ତେବେ ସେମାନେ ସେହି ପଥ ଗ୍ରହଣ କରିବେ।

Share