Categories: ଜାତୀୟ

ଆଦିବାସୀ ସଂସ୍କୃତି-ପରମ୍ପରା ସଂରକ୍ଷଣ ପାଇଁ ଅଛି ଆଇନ: ବାଘେଲ ସରକାରଙ୍କୁ ରମଣଙ୍କ ଜବାବ…

ରାୟପୁର,୨୮।୬ : ୟୁସିସି ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ କହିଛନ୍ତି ୟୁନିଫାଏଡ ସିଭିଲ କୋଡ ବିଷୟ ଆଦିବାସୀ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ପ୍ରଚାର ପାଇଁ। ଆଜି ବିଭିନ୍ନ ସମାଜରେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି। ଅଲଗା ୟୁନିଫାଏଡ ସିଭିଲ କୋଡର କୌଣସି ପ୍ରଭାବ ପଡ଼ିବ ନାହିଁ ।

ଭାଜପାର କେନ୍ଦ୍ରୀୟ ନେତାଙ୍କ ଗସ୍ତ ସମ୍ପର୍କରେ ମନ୍ତ୍ରୀ ଅମରଜିତ ଭାଗବତ କହିଥିଲେ ଭାଜପା କ୍ରମାଗତ ଭାବରେ ଏକ ଜୋରଦାର ଅଭିଯାନ ଚଳାଉଛି। ମାତ୍ର କାହିଁକି କଂଗ୍ରେସ ଏନେଇ ଏତେ ବିବ୍ରତ ହେଉଛି ବୋଲି ରମଣ ସିଂ ପ୍ରଶ୍ନ କରିଛନ୍ତି। କେନ୍ଦ୍ରର ୯ ବର୍ଷର ଯୋଜନାକୁ ଜନସାଧାରଣଙ୍କ ନିକଟକୁ ନେବାକୁ ଚେଷ୍ଟା କରାଯାଉଛି। ଭାଜପାର ବିକାଶକୁ ଆଲୋକିତ କରିବା ପାଇଁ କାର୍ଯ୍ୟ କରାଯାଉଛି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସର ଅନ୍ୟ କୌଣସି ନେତା ନାହାଁନ୍ତି, ତେଣୁ ତାଙ୍କୁ ବିଦେଶରୁ ବାରମ୍ବାର ଡାକିବାକୁ ପଡୁଛି।

ଏହା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ ସଭାକୁ କଟାକ୍ଷ କରିଛନ୍ତି। ବର୍ତ୍ତମାନ କଂଗ୍ରେସ ହଡବଡେଇ ଯାଇଛି। ନିଜ ଦଳ ମଧ୍ୟରେ ଏତେ ବାଦବିବାଦ ଏବଂ ବିରୋଧ ରହିଛି। ତେଣୁ ରାଜ୍ୟ ସଭାପତିି ନିଯୁକ୍ତି ପ୍ରଦାନ କରିବା ପରେ ରାଜ୍ୟ ପ୍ରଭାରୀ ଦାୟିତ୍ୱ ନିର୍ବାହ କରୁଛନ୍ତି। କଂଗ୍ରେସ ଭିତରେ ସଂଘର୍ଷ ଦେଖିବାକୁ ମିଳୁଛି। ରାଜ୍ୟ ସଭାପତି ଏବଂ ପ୍ରଭାରୀ ଉଭୟ କାମ କରୁଛନ୍ତି କି ନାହିଁ ତାହା ଜଣା ପଡୁନାହିଁ। ବିବାଦରୁ ରକ୍ଷା ପାଇବା ପାଇଁ ଶୀଘ୍ର ଏକ ବୈଠକ ଡକାଯାଇଛି। ଯାହାଦ୍ୱାରା ଆଉ ସଂଘର୍ଷ ନ ଘଟିବ। ଦଳର କଳି ଏବେ ପଦାରେ ପଡ଼ିଥିବା ରମଣ କହିଛନ୍ତି।

Share