Categories: ଜାତୀୟ

କେଜ୍‌ରିଓ୍ବାଲ୍‌ଙ୍କୁ ଟାର୍ଗେଟ କଲେ ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ

ନୂଆଦିଲ୍ଲୀ, ୧୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଅବକାରୀ ନୀତି ଘୋଟାଲା ସମ୍ପର୍କରେ ସିବିଆଇ ସମନ ଜାରି କରିଛି। ଭାଜପା କେଜ୍‌ରିଓ୍ବାଲଙ୍କୁ ଗିରଫ କରିବାର ଷଡ଼ଯନ୍ତ୍ର କରୁଛି ବୋଲି ଆମ୍‌ ଆଦ୍‌ମୀ ପାର୍ଟି କହିଛି। ତେବେ ସବୁ ପକ୍ଷରୁ ବୟାନବାଜି ଜାରି ରହିଛି।
ଏହି ଭିତରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ କେଜ୍‌ରିଓ୍ବାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଟୁଇଟ୍‌ କରି ଲେଖିଛନ୍ତି, ଯଦି କୋର୍ଟ ଆପଣଙ୍କ ବିରୋଧରେ ଯାଆନ୍ତି ତେବେ କ’ଣ ଆପଣ କୋର୍ଟ ବିରୋଧରେ ଯିବେ?
ଏଠାରେ କହିରଖୁଛୁ କି, ଶନିବାର କେଜ୍‌ରିଓ୍ବାଲ୍‌ ଏକ ଟୁଇଟ୍‌ରେ କହିଥିଲେ, ଆମ ବିରୋଧରେ ମିଥ୍ୟା ଅଭିଯୋଗ ଓ ଅଦାଲତରେ ମିଥ୍ୟା ପ୍ରମାଣ ଦେଇଥିବାରୁ ସିବିଆଇ ଏବଂ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ଦାଏର କରିବୁ।

Share