ନୂଆଦିଲ୍ଲୀ,୮।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର ଶନିବାର ଜମ୍ମୁ-କଶ୍ମୀରର ରାମବନ ଜିଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୂଚନା ଅନୁଯାୟୀ, ତାଙ୍କ କାର ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ସମ୍ପ୍ରତି କେନ୍ଦ୍ର ମନ୍ତ୍ରୀ କଶ୍ମୀର ଉପତ୍ୟକା ଗସ୍ତରେ ଅଛନ୍ତି।