ରଥଯାତ୍ରା ମହାବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ: କହିଲେ…

ଭୁବନେଶ୍ୱର,୨୬।୭: ବିଧାନସଭାରେ ରଥଯାତ୍ରାର ନୀତିରେ ମହାବିଭ୍ରାଟ ହୋଇଥିବା ନେଇ ବିଧାୟକ ରାମଚନ୍ଦ୍ର କଦମଙ୍କ ଦ୍ୱାରା ମୁଲତବୀ ପ୍ରସ୍ତାବ ଆସିଛି। ଏହାର ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ କହିଛନ୍ତି, ଏହାହା ସମ୍ପୂର୍ଣ ନିରାଧାର, ମିଥ୍ୟାଚାର ଏବଂ କପୋଳକଳ୍ପି କଳ୍ପିତ। ଏହି ମୁଲତବୀ ପ୍ରସ୍ତାବ ସମ୍ପୂର୍ଣ୍ଣ ଅବାସ୍ତବ ସ୍ତବ ଏବଂ ଗ୍ରହଣ ଯୋଗ୍ୟ ନୁହେଁ।
ସେ ଆହୁରି ମଧ୍ୟ କହିଛନ୍ତି, ଚଳିତ ବର୍ଷର ରଥଯାତ୍ରା ଏକ ବିରଳ ରଥଯାତ୍ରା ଭାବେ ଅନୁଷ୍ଠିତ ହୋଇଥିଲା। ଗୋଟିଏ ଦିନରେ ମହାପ୍ରଭୁଙ୍କର ନବଯୌବନ ବେଶ, ନେତ୍ରୋତ୍ସବ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରାର ସମସ୍ତ ନୀତି ସମ୍ପାଦନ କରିବା ଏବଂ ତାପରେ ଶ୍ରୀ ଜୀଉ ମାନଙ୍କ ପହଣ୍ଡିବିଜେ କରାଇବା ତଥା ରଥ ଟାଣିବା ଏକ ଅସମ୍ଭବ କାର୍ଯ୍ୟ ମନେ ହେଉଥିଲା।
ଆମେ ସରକାରକୁ ଆସି ଯେତେବେଳେ ଦାଇତ୍ୱ ନେଲୁ ଏବଂ ସରକାରୀ ଅଧିକାରୀ ତଥା ମନ୍ଦିର ପ୍ରଶାସନସହ କଥା ହେଲୁ, ସେତେବେଳେ ଗତ ସମୟରେ ପ୍ରାୟତଃ ସ୍ଥିରୀକୃତ ହୋଇସାରିଥିଲା ଯେ ଶ୍ରୀଗୁଣ୍ଡିଚା ଦିନ ସମସ୍ତ ନୀତିକାନ୍ତି ସାରିବା ଏବଂ ଦିତୀୟ ଦିନ ରଥ ଟଣାଯିବ। ଏହାକୁ ନଜରରେ ରଖ ସରକାର, ମନ୍ଦିର ପ୍ରଶାସନ ଏବଂ ସେବାୟତ ନିଯୋଗ ମାନଙ୍କ ସହ ସବୁ ପ୍ରକାର କାରର ଆଲୋଚନା କରି ସମ୍ପୂର୍ଣ୍ଣ ନୀତିର୍ନିଘଣ୍ଟଠାରୁ ଆରମ୍ଭକରି ସମସ୍ତ କାର୍ଯ୍ୟର ପ୍ରସ୍ତୁତ ଆରମ୍ଭ କଲେ।
ମହାପ୍ରଭୁଙ୍କର ଅପାର କରୁଣାରୁ ଏକ ଅତ୍ୟନ୍ତ ଶୃଙ୍ଖଳିତ ରଥଯାତ୍ରା ଅନୁଷ୍ଠିତ ହେଲା ହେ ଏବଂ ସମଗ୍ର ବିଶ୍ବ ମଧ୍ୟ ଏହାର ଦର୍ଶନ କରିବାକୁ ସକ୍ଷମ ହେଲେ।
ଏହା ପରବର୍ତ୍ତୀ ସମୟରେ ଆଡ଼ପ ମଣ୍ଡପ ଦର୍ଶନଠାରୁ ଆରମ୍ଭ କରି, ବାହୁଡା ଯାତ୍ରା, ସୁନାବେଶ ଏବଂ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ନୀତି ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri