ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ବଡ଼ ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କହିଲେ ୬ରେ…

ଭୁବନେଶ୍ୱର,୪।୭: ରତ୍ନଭଣ୍ଡାର ପ୍ରସଙ୍ଗ ଉପରେ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ। ୬ ତାରିଖ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଅନ୍ୟପଟେ, ୮ରେ ରତ୍ନଭଣ୍ଡାର ଖୋଲିବାକୁ ନେଇ କୁହାଯାଉଥିବା ବେଳେ ତା’ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରତ୍ନଭଣ୍ଡାର ତଦାରଖ ଜଷ୍ଟିସ ଅରିଜିତ ପଶାୟତ। ସେ କହିଛନ୍ତି, ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍‌ ରହିଛି। ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ।