‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡ଼ଯନ୍ତ୍ର ହେଉଛି’

ଭୁବନେଶ୍ୱର,୨୬।୩: ବିଧାନସଭାରୁ କଂଗ୍ରେସର ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗୋଟିଏ ପଟେ କଂଗ୍ରେସର ବିଧାୟକମାନେ ଏହାକୁ ପ୍ରତିବାଦ କରୁଥିବା ବେଳେ ବିରୋଧୀ ଦଳ ବିଜେଡି ସପକ୍ଷରେ ବାହାରିଛି। ଏଭଳି ଘଟଣାକୁ ନେଇ ଏବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡଯନ୍ତ୍ର ହେଉଥିବା ସେ କହିଛନ୍ତି।

ବୁଧବାର ଖବରଦାତା ସମ୍ମିଳନୀରେ ଉଭୟ କଂଗ୍ରେସ ଏବଂ ବିଜେଡିକୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ରାଜନୈତିକ ସ୍ବାର୍ଥ ସାଧନ ପାଇଁ ହାଇଡ୍ରାମା ଚାଲିଛି। ମାର୍ଚ୍ଚ ୭ରୁ ୧୩ ଦିନ ହେଲାଣି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକମାନେ କହୁଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରି ପ୍ରମାଣ ଦେବାକୁ ସେ କହିଛନ୍ତି। ଏହାଛଡ଼ା ୨୭ ପର୍ଯ୍ୟନ୍ତ ଗୃହ ଚଳାଇ ନ ଦେବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଥିବା ସେ ଅଭିଯୋଗ ଆଣିଛନ୍ତି।

ପୂର୍ବ ସରକାର ସମୟର ଚର୍ଚ୍ଚିତ ଘଟଣାକ୍ରମକୁ ମନେ ପକାଇ ମନ୍ତ୍ରୀ କହିଛନ୍ତି, ଅତୀତର କାର୍ଯ୍ୟକୁ ଅନୁଶୀଳନ କଲେ ଭଗବାନ କ୍ଷମା କରିବେନି। ଛବିରାଣୀ, ଅନ୍ଧୁଣୀ, ଅଞ୍ଜନା ଗଣବଳାତ୍କାର ମାମଲା କିଏ କରିଥିଲା। ସେହି କଂଗ୍ରେସ ଆଜି ମହିଳା ସୁରକ୍ଷା କଥା କହୁଛି। ପରି, ଈତିଶ୍ରୀ, ବେବିନା, ସ୍ମିତାରାଣୀ ଭଳି ୨୪ ବର୍ଷରେ ବହୁତ କିଛି ଘଟିଛି। ବିଜେଡି ଆଇନ ଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ସହ ସମାନ। ଗୋଟିଏ ଲୋକ କଥାରେ ଉଠବସ୍‌ ହେଉଥିଲା ସରକାର। ପୋଲିସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭାରୁ କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି। ମଙ୍ଗଳବାର ୧୨ ବିଧାୟକଙ୍କ ପରେ ବୁଧବାର ବାକି ୨ ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ କରିଛନ୍ତି। ଏହାକୁ ନେଇ ଓଡ଼ିଶା ରାଜନୀତିରେ ହାଇଡ୍ରାମା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିରେ ରବିବାର ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିବମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ପୂଜାର୍ଚ୍ଚନା ସହ ସାମୁହିକ ହନୁମାନ...

ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା...

US Deportation Video: ପ୍ରବାସୀଙ୍କ ନିର୍ବାସନକୁ ମଜା ଉଡାଇଲା ହ୍ବାଇଟ୍‌ ହାଉସ! ଭିଡିଓକୁ ନେଇ ନୂଆ ବିବାଦ

ଓ୍ବାଶିଂଟନ,୬।୪: ହ୍ବାଇଟ ହାଉସ ଦ୍ୱାରା ଏହାର ଅଫିସିଆଲ X ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ସମାଲୋଚକମାନେ ଟ୍ରମ୍ପ ପ୍ରଶାସନ...

ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ: ବର୍ତ୍ତମାନ କାଳବୈଶାଖୀ ଚାଲିଛି, ପବନ ବେଗ ଅଧିକ ଅଛି, କାହିଁକି କହିଲେ ଏମିତି…

ଭୁବନେଶ୍ୱର,୬ା୪: ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଓକ୍‌ଫ ବିଲ୍‌କୁ ବିଜେଡି ଏମ୍‌ପି...

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ

ଦେବଗଡ଼,୬।୪(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ ହୋଇଛି। ୧୬ ବର୍ଷର ନାବାଳକ ବଳାତ୍କାର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରିଆମାଳ...

8th Pay Commission: ୨୦୨୬ ଜାନୁଆରୀ ପହିଲାରୁ ଅବସର ନେଉଥିବା କର୍ମଚାରୀଙ୍କୁ ମିଳିବ କି ନାହିଁ ୮ମ ବେତନ କମିଶନର ଲାଭ? ଜାଣନ୍ତୁ…

ନୂଆଦିଲ୍ଲୀ,୬।୪: ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଚିନ୍ତା ବଢ଼ିପାରେ। କାରଣ କର୍ମଚାରୀମାନଙ୍କ ମନରେ...

ସୀମା ଟପିଲା ଯୌତୁକ ନିର୍ଯାତନା: ବୋହୂକୁ ନିର୍ଧୂମ ପିଟିଲେ ଶାଶୁ-ଶ୍ୱଶୁର

ବାଲେଶ୍ୱର,୬ା୪(ବାଞ୍ଛାନିଧି ଦେ): ଅଧିକ ଯୌତୁକ ଦାବି କରି ବୋହୂକୁ ଶାଶୁଘର ଲୋକଙ୍କ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶାଶୁଘର ଲୋକଙ୍କ ମାଡ଼ରେ ବୋହୂ ଗୁରୁତର ହୋଇ...

Viral Video: କୁନି ଝିଅକୁ ଝାମ୍ପି ନେବାକୁ ଉଡି ଆସିଲା ବିଶାଳକାୟ ଚିଲ, ଆଉ ତା’ ପରେ ଯାହା ହେଲା ଦେଖିଲେ… 

ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଚିଲ ଏକ ଝିଅକୁ ଉଠାଇନେବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଯିଏ ଉକ୍ତ ଭିଡିଓକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image