Advertisement

ରତ୍ନଭଣ୍ଡାର ଖୋଲିବା ନେଇ ଏମିତି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର,୯।୭: ରତ୍ନଭଣ୍ଡାର ଖୋଲିବା ନେଇ ମଙ୍ଗଳବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବୈଠକରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ କମିଟି ନିଷ୍ପତ୍ତି ନେବ। କମିଟି ନିଷ୍ପତ୍ତିକୁ ପରିଚାଳନା କମିଟି ଅନୁମୋଦନ ପରେ ସରକାରଙ୍କୁ ପଠାଇବେ।

ସୂଚନାଯୋଗ୍ୟ, ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ମଙ୍ଗଳବାର ବସିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ସକାଳ ୧୦ ଟାରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରାଯିବା ସହ କେବେ ଖୋଲିବ ସେନେଇ ନିଷ୍ପତ୍ତି ନିଆଯିବ। ବୈଠକରେ ଜିଲା ଟ୍ରେଜେରୀରୁ ମିଳିଥିବା ଡୁପ୍ଲିକେଟ ଚାବିକୁ କମିଟି ନିକଟରେ ଦାଖଲ କରାଯିବ ବୋଲି ଗତ ଶନିବାର ବସିଥିବା ପ୍ରଥମ ବୈଠକରେ କୁହାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share