Categories: ଜାତୀୟ

ରାତିରେ ହେବ ପୋଷ୍ଟମର୍ଟମ

ନୂଆଦିଲ୍ଲୀ,୧୫।୧୧: ଦେଶରେ ପ୍ରଚଳିତ ମୃତଦେହ ବ୍ୟବଚ୍ଛେଦ ଆଇନରେ ବଡ଼ ପରିର୍ତ୍ତନ କରାଯାଇଛି। ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ସନ୍ଧ୍ୟା ୫ଟା ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ମୃତଦେହ ବ୍ୟବଚ୍ଛେଦ କରାଯାଉ ନ ଥିଲା। ଏହାକୁ ସଂଶୋଧିତ କରାଯାଇଛି। ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ୨୪ ଘଣ୍ଟା ମୃତଦେହ ବ୍ୟବଚ୍ଛେଦ ହୋଇପାରିବ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ସନ୍ଧ୍ୟାରେ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆବଶ୍ୟକ ଭିତ୍ତିଭୂମି ଥିବା ହସ୍ପିଟାଲରେ ଏହି ନିୟମ ଲାଗୁ ହେବ। ଏହି ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବ୍ରିଟିଶ ଶାସନ ସମୟରୁ ରହିଥିବା ଏହି ନିୟମ ଶେଷ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share