Categories: ଜାତୀୟ

ସିଆର୍‌ପିଏଫ ଯବାନଙ୍କ ଗାଡି ଉପରେ ଆକ୍ରମଣ: ଲଶ୍କର-ଇ-ତୋଇବାର ୨ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୬।୩: ଶ୍ରୀନଗର ଲାଓପୋରାଠାରେ ଆତଙ୍କବାଦୀମାନେ ସିଆର୍‌ପିଏଫ ଯବାନଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ। ଏହି ମାମଲାରେ ଶୁକ୍ରବାର ୨ଜଣ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୋଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ଦ୍ୱୟ ଲଶ୍କର-ଇ-ତୋଇବାର ସଙ୍ଗଠନର ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେମାନେ ବ୍ୟବହାର କରୁଥିବା ଗାଡିକୁ ଜବତ କରାଯାଇଛି। ସୂଚନାଯୋଗ୍ୟ ଗୁରୁବାର ଲାଓପୋର ଦେଇ ସିଆର୍‌ପିଏଫ ଯବାନର ଏକ ଟିମ୍‌ ଯାଉଥିବା ବେଳେ ଆତଙ୍କବାଦୀମାନେ ଅତିର୍କିତ ଗୁଳିଚାଳନା କରିଥିଲେ। ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share